fbpx

Today’s gold rate : ସୁନା ଦରରେ ହୋଇଛି ପରିବର୍ତ୍ତନ, ଦାମ ଜାଣି ଖୁସି ହୋଇଯିବେ ଗ୍ରାହକ

ଭୁବନେଶ୍ୱର : ସାଧାରଣତଃ ସ୍ତ୍ରୀ ମାନେ ସୁନା ପିନ୍ଧି ସଜେଇ ହେବାକୁ ଅଧିକ ଭଲ ପାଆନ୍ତି । ତା’ଛଡ଼ା ସ୍ତ୍ରୀ ମାନେ ସୁନା ପିନ୍ଧିଲେ ଅଧିକ ସୁନ୍ଦର ବି ଦେଖାଯାଆନ୍ତି । ସ୍ତ୍ରୀ ଲୋକଙ୍କୁ କିଛି ଦରକାର ଥାଉ କି ନଥାଉ, ସେମାନେ ସୁନା କିଣିବାରେ ସେମାନେ ସବୁ ବେଳେ ପ୍ରଥମ । ତେଣୁ ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ ରାଜ୍ୟ ସହ ଦେଶର ପ୍ରମୁଖ ସହରରେ କେତେ ରହିଛି ଆଜିର ସୁନାର ମୂଲ୍ୟ । ଗତ କିଛି ଦିନ ହେବ ବଜାରରେ ସୁନାର ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ଭାରତୀୟ ବଜାରରେ ସୁନାର ଦର ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୫୪,୫୦୦ ରହିଛି ଏବଂ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୯, ୪୫୦ ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ୨୨ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୪,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୫୯,୪୫୦ଟଙ୍କା ରହିଛି ।

ଦେଶର ପ୍ରମୁଖସହର ମାନଙ୍କ ମଧ୍ୟ କେତେକ ସ୍ଥାନରେ ସୁନାର ଦର ସ୍ଥିର ରହିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଏହାର ଦରରେ ସାମାନ୍ୟ ବୃଦ୍ଧି ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଯଥାକ୍ରମେ ୫୪,୫୦୦ଟଙ୍କା ଓ ୫୯,୪୫୦ ଟଙ୍କା ରହିଛି । ମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୫୦୦ ଟଙ୍କା ଓ ୫୯,୪୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୬୫୦ଟଙ୍କା ଓ ୫୯,୬୦୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୪,୮୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୯,୪୫୦ ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୬,୪୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Get real time updates directly on you device, subscribe now.