fbpx

ଟୋକିଓ ୨୦୨୦: ଇତିହାସରୁ ଗୋଟିଏ ପାଦ ଦୂରରେ ରହିଲେ ସାଜନ ପ୍ରକାଶ

ନୂଆଦିଲ୍ଳୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ଅର୍ଜନରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ସନ୍ତରଣକାରୀ ସାଜନ ପ୍ରକାଶ । ହିଟ୍ ନମ୍ବର-୨ରେ ଅଂଶଗ୍ରହଣ କରିଥିବା ସାଜନ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ୧.୫୭.୨୨ ସେକେଣ୍ଡର ସମୟ ନେଇଥିଲେ । ପ୍ରଥମ ଥର ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ସାଜନ ହିଟ୍-୨ରେ ଚତୁର୍ଥ ସ୍ଥାନରେ ରହିଥିଲେ ।

ପୁରୁଷ ୨୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ସାଜନଙ୍କ ପ୍ରଦର୍ଶନ ଚମକ୍ରାର ରହିଥିଲେ ହେଁ ଇତିହାସ ଅର୍ଜନରୁ ଗୋଟିଏ ପାଦ ଦୂରରେ ରହିଯାଇଛନ୍ତି । ସମସ୍ତ ହିଟ ଶେଷ ହେବା ପରେ ସାଜନ ୨୪ ତମ ସ୍ଥାନରେ ରହି ସେମି ଫାଇନାଲ ଯୋଗ୍ୟତା ଅର୍ଜନରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହି କୃତିତ୍ୱ ହାସଲ କରିଥିଲେ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବରେ ସେମିରେ ପ୍ରବେଶ କରିବାରେ ସମର୍ଥ ହୋଇଥାନ୍ତେ ୨୪ ବର୍ଷୀୟ ସାଜନ ପ୍ରକାଶ ।

Get real time updates directly on you device, subscribe now.