fbpx

ଆସିଲା ACF ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ; ମିଳିଲା ଏହି ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ରହସ୍ୟ ସାମ୍ନାକୁ ଆସୁଥିବା ବେଳେ ସୋମବାର ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି । ଏହି ବ୍ୟବଚ୍ଛେଦ ରିପୋର୍ଟରୁ ଏକାଧିକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ପୋଡି ଯାଇଥିବା କାରଣରୁ ହିଁ ମୃତ୍ୟୁ ହୋଇଛି । ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିବା କାରଣରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

ଏହା ସହିତ ବିଷକ୍ରିୟା ନେଇ ଅସୁଥିବା ଖବରରେ ମଧ୍ୟ ପୂର୍ଣ୍ଣଛେଦ ପଡିଛି । ସୌମ୍ୟଙ୍କ ପାକସ୍ଥଳୀ ସମ୍ପୂର୍ଣ୍ଣ ଭାବରେ ଖାଲି ରହିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପାକସ୍ଥଳୀରୁ କୌଣସି ଗନ୍ଧ ଆସୁନଥିବା ମଧ୍ୟ କୁହାଯାଇଛି । ଏହା ସହିତ ଶବ ବ୍ୟବଚ୍ଛେଦର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କର ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି । ସୋମବାର ମର୍କତନଗର ଥାନା ପକ୍ଷରୁ ସୌମ୍ୟଙ୍କ ପରିବାରକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.