fbpx
BSKY SKY
BSKY SKY

ଗୌତମ ଗମ୍ଭୀରଙ୍କୁ ସୁପ୍ରିମ କୋର୍ଟରୁ ବି ମିଳିଲାନି ଆଶ୍ୱସ୍ତି, ଖାରଜ ହେଲା ଯାଚିକା

କରୋନା ଚିକିତ୍ସାରେ ବ୍ୟବହୃତ ଔଷଧକୁ ବେଆଇନ ଭାବରେ ସଂରକ୍ଷିତ କରି ରଖିବା ମାମଲା

BSKY

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସମୟରେ ଔଷଧକୁ ଅବୈଧ ଭାବରେ ସଂରକ୍ଷିତ କରି ରଖିବା ମାମଲାରେ ସାଂସଦ ଗୌତମ ଗମ୍ଭୀରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ସୋମବାର ସୁପ୍ରିମ କୋର୍ଟ ଗୌତମ ଗମ୍ଭୀର ଏର୍ବ ତାଙ୍କ ସଂସ୍ଥା ବିରୋଧରେ ହାଇକୋର୍ଟରେ ହୋଇଥିବା ଆଦେଶ ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ରୋକିବା ପାଇଁ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି କହିଛନ୍ତି ଯେତେବେଳେ ଲୋକଙ୍କୁ ଔଷଧ ଦରକାର ଥିଲା ସେତେବେଳେ ସାହାଯ୍ୟ ନାମରେ ଏମିତି କରିବା ଭୁଲ ଥିଲା । କୋର୍ଟ ଆହୁରି କହିଛନ୍ତି ଗୌତମ ଗମ୍ଭୀର ଫାଉଣ୍ଡେସନ ନିଜକୁ ମାମଲାରେ ପକ୍ଷ କରିବା ପାଇଁ ହାଇକୋର୍ଟରେ ଆବେଦନ କରନ୍ତୁ ଏବଂ ହାଇକୋର୍ଟରେ ନିଜ ପକ୍ଷ ଜଣାନ୍ତୁ ।

ଦିଲ୍ଲୀ ହାଇକୋର୍ଟ ଏକ ଜନହିତ ଯାଚିକାର ଶୁଣାଣି କରି ଫାବିଫ୍ଲୁ ଭଳି ଔଷଧକୁ ଜମା କରିବା ଏବଂ ବାଣ୍ଟିବା ମାମଲାରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ବିଜେପି ସାଂସଦ ଗୌତମ ଗମ୍ଭୀର ଏବଂ ଆମ ଆଦମୀ ପାର୍ଟୀର କିଛି ବିଧାୟକଙ୍କ ବିରୋଧରେ ଯାଞ୍ଚ କରିବାକୁ କହିଥିଲେ । ଯାଞ୍ଚ ପରେ ଏବେ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ ର ବିଭିନ୍ନ ଧାରା ଅନୁଯାୟୀ ଗୌତମ ଙ୍କ ସହ ଆପ ବିଧାୟକ ପ୍ରବୀଣ କୁମାର ଏବଂ ଇମରାନ ହୁସେନଙ୍କ ବିରୋଧରେ ତଳ କୋର୍ଟରେ ମାମଲା ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.