fbpx

ଯେଉଁ ଟ୍ରାକ୍ଟରରେ ବସି ରାହୁଲ ରାଲି କରୁଥିଲେ ତାକୁ ଜବତ କଲା ପୁଲିସ୍, କହିଲା- ଅନୁମତି ନିଆଯାଇନଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍ ସୋମବାର ଦିନ ରଣଦୀପ ସିଂ ସୁରଜୱାଲା ଓ ଦୀପେନ୍ଦ୍ର ସିଂ ହୁଡ୍ଡାଙ୍କ ସହିତ ୬ କଂଗ୍ରେସ ନେତାଙ୍କୁ ସଂସଦ ପର୍ଯ୍ୟନ୍ତ ଟ୍ରାକ୍ଟର୍ ରାଲିର ନେତୃତ୍ୱ କରିବା ଆରୋପରେ ଅଟକ ରଖିଛି । ପୁଲିସ୍ କହିଛି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ନିଆଯାଉଥିବା ଟ୍ରାକ୍ଟରରେ କୋଭିଡ୍ ନିୟମ ତଥା ସୁରକ୍ଷାର ଘୋର ଉଲଂଘନ ହୋଇଛି ।

ଏଥିସହିତ ରାଲି ସିଆରପିସି ଧାରା ୧୪୪ ଉଲଂଘନ, କାରଣ ସଂସଦରେ ଅଧିବେଶନ ଜାରି ରହିଛି । ବର୍ତ୍ତମାନ ରଣଦୀପ ସିଂ ସୁରଜୱାଲା ଓ ଦୀପେନ୍ଦ୍ର ସିଂ ହୁଡ୍ଡାଙ୍କ ସମତେ ଅନ୍ୟାନ୍ୟ କଂଗ୍ରେସ କର୍ମୀଙ୍କୁ ମନ୍ଦିର ମାର୍ଗ ପୁଲିସ୍ ଷ୍ଟେସନକୁ ନିଆଯାଇଛି । ଖାଲି ସେତିକି ନୁହେଁ ଯେଉଁ ଟ୍ରାକ୍ଟରରେ ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ କର୍ମୀ ମାନେ ବସିଥିଲେ । ତାକୁ ପୁଲିସ୍ ଜବତ କରିଛି । ଏହାର କାରଣ ପୁଲିସ୍ କହିଛି ଯେ, ବିଭାଗ ଓ ଅନ୍ୟ ଏଜେନ୍ସି ମାନଙ୍କୁ ରାଲି ସମ୍ପର୍କରେ ସୂଚନା ଦିଆଯାଇନଥିଲା ଏବଂ ସ୍ଥାନୀୟ ପୁଲିସ୍ ଷ୍ଟେସନ୍ ରୁ ବି ଅନୁମତି ନିଆଯାଇ ନଥିଲା ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଟ୍ରାକ୍ଟର ଧରି ସଂସଦ ପହଞ୍ଚି ଥିଲେ। ମୌସୁମି ଅଧିବେଶନରେ ଯୋଗ ଦେବାକୁ ପହଞ୍ଚିଥିବା ରାହୁଲ କହିଛନ୍ତି, ମୁଁ କୃଷକଙ୍କ ସନ୍ଦେଶ ନେଇ ସଂସଦ ଆସିଛି। ସରକାର କୃଷକଙ୍କ ସ୍ଵରକୁ ଚାପି ଦେବାକୁ ପ୍ରୟାସ କରୁଛନ୍ତି। ସେମାନଙ୍କ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବାକୁ ଦେଉ ନାହିଁ। ତିନି ନୂତନ କୃଷକ ଆଇନକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି, ଏହା କଳା ଆଇନ ଏବଂ ସରକାରଙ୍କୁ ଏହା ପ୍ରତ୍ୟାହାର କରିବା ଉଚିତ୍। ସମଗ୍ର ଦେଶ ଏହା ଜାଣୁଛି ଯେ, ଏହି ତିନି ଆଇନ ଦେଶର ୨ ରୁ ୩ ଉଦ୍ୟୋଗପତିଙ୍କୁ ଫାଇଦା ଦେବା ପାଇଁ ଲାଗୁ କରାଯାଉଛି।

କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ଵରରେ ହମଲା କରି କହିଛନ୍ତି, ସରକାରଙ୍କ ଅନୁଯାୟୀ କୃଷକ ବହୁତ ଖୁସିରେ ଅଛନ୍ତି। ସଂସଦ ବାହାରେ ପ୍ରଦର୍ଶନ କରୁଥିବା ଲୋକେ ଆତଙ୍କବାଦୀ ବୋଲି ମୋଦୀ ସରକାର ଭାବୁଛନ୍ତି। ମାତ୍ର ବାସ୍ତବରେ ସରକାର କୃଷକଙ୍କ ଅଧିକାର ଛଡାଇବାରେ ଲାଗିଛି।

Get real time updates directly on you device, subscribe now.