fbpx

ରାଜ୍ୟର ସମସ୍ତ ଜୁନିୟର କଲେଜରେ ଲାଗୁ ହେବ Toll Free ବ୍ୟବସ୍ଥା, ଗଣଶିକ୍ଷା ବିଭାଗର ନୂଆ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଟୋଲ ଫି ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ମାଧ୍ୟମରେ ସ୍କୁଲମାନଙ୍କରେ ଶିକ୍ଷକଙ୍କ କାର୍ଯ୍ୟକଳାପ ସହିତ ଶିକ୍ଷାଦାନ ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରଙ୍କୁ ଅବଗତ କରାଯାଇଥାଏ । ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟର ଅନେକ ସ୍କୁଲରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏବେ ସ୍କୁଲ ଓ ଗଣଣିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜୁନିୟର କଲେଜରେ ଏହା ଲାଗୁ କରିବା ନେଇ ପ୍ରୟାସ ଆରମ୍ଭ କରିଛି ।

ଏଣିକି ରାଜ୍ୟର ସମସ୍ତ ଜୁନିୟର କଲେଜରେ ଏକ ସ୍ୱତନ୍ତ୍ର ଟୋଲ ଫି ନମ୍ବର ଲାଗୁ ହେବ । ଏହାଦ୍ୱାରା କଲେଜର ଶିକ୍ଷାଦାନ ପ୍ରସଙ୍ଗଠାରୁ ଆରମ୍ଭ କରି ସମସ୍ତ ସମସ୍ୟା ବିଷୟରେ ପିଲାମାନେ ସିଧାସଳଖ ବିଭାଗ ନିକଟରେ ଅଭିଯୋଗ କରିପାରିବେ । ଦୈନିକ କେତେ ସମୟ କ୍ଲାସ ହେଲା, ଶିକ୍ଷାଦାନର ମାନ, ବିଶୃଙ୍ଖଳା ଅଦି ବିଷୟରେ ପିଲାମାନେ ଅଭିଯୋଗ କରିପାରିବେ ।

ଜୁନିୟର କଲେଜରେ ଟୋଲ ଫ୍ରି ନମ୍ବର ସହ ଲ୍ୟାଣ୍ଡ ଲାଇନ୍ ଫୋନ୍ ସଂଯୋଗ ମଧ୍ୟ ଦିଆଯିବ । ଏହି ସୁବିଧା ପାଇବା ପାଇଁ ପିଲାଙ୍କ ମୋବାଇଲରେ ମେସେଜ୍ କରିବାର ବ୍ୟବସ୍ଥା କରାଯିବ । ଏହି ଫୋନଟି କଲେଜ ଅଧ୍ୟକ୍ଷଙ୍କ ରୁମରେ ରହିବ । ଯେଉଁ ଛାତ୍ରଛାତ୍ରୀଙ୍କର ଅଭିଯୋଗ କରିବାର ଥିବ, ସେ ଅଧ୍ୟକ୍ଷଙ୍କୁ ଦରଖାସ୍ତ ଦେଇ ଟୋଲ ଫ୍ରି ନମ୍ବର ମାଧ୍ୟମରେ ବିଭାଗକୁ ନିଜର ଅଭିଯୋଗ ଜଣାଇ ପାରିବେ । ଏହି ବ୍ୟବସ୍ଥା ଲାଗୁ ହେବା ଫଳରେ କଲେଜର ଶିକ୍ଷାଦାନ ବ୍ୟବସ୍ଥା, ଅଧ୍ୟାପକ, ଅଧ୍ୟାପିକାଙ୍କ ଶିକ୍ଷାଦାନ ସମ୍ପର୍କରେ ପିଲାମାନେ ସିଧାସଳଖ ବିଭାଗକୁ ପ୍ରଦାନ କରିପାରିବେ ।

Get real time updates directly on you device, subscribe now.