fbpx

ରାଜଧାନୀରେ ଘର ଭିତରୁ ମିଳଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ

ରାଜଧାନୀ ଭୁବନେଶ୍ୱରରେ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ନୟାପଲ୍ଳୀଠାରେ ଏକ ଭଡ଼ା ଘରେ ରହୁଥିବା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ନାମ ରଞ୍ଜିତା ସାହୁ ବୋଲି ଜଣାପଡ଼ିଛି ।

ସୂଚନା ଅନୂଯାୟୀ, ଯୁବତୀ ଜଣକ ହେଉଛ ଘର କଟକ ଗୁରୁଡ଼ିଝାଟିଆ ଅଞ୍ଚଳର । ତେବେ କିଭଳି ଏବଂ କେଉଁ ପରିସ୍ଥିତି ଯୁବତୀ ଜଣକ ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହଁ । ସେପଟେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.