fbpx

ବୁଲେଟ୍ ଟ୍ରେନରୁ ଅଧିକ ବେଗରେ ଗଡୁଛି ବନ୍ଦେ ଭାରତ: ୪-୫ ଘଣ୍ଟାରେ ଦିଲ୍ଲୀ-ପାଟଣା ଦୂରତା ଅତିକ୍ରମ

ନୂଆଦିଲ୍ଲୀ: ବୁଲେଟ ଟ୍ରେନରୁ ବି ଅଧିକ ବେଗରେ ଗଡୁଛି ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ବିକଶିତ ଭାରତୀୟ ରେଳବାଇର ସେମି-ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ । ଶୂନରୁ ୧୦୦ କିଲୋମିଟର ବେଗରେ ପହଞ୍ଚିବା ପାଇଁ ବିଦେଶୀ ବୁଲେଟ୍ ଟ୍ରେନ୍ ଅପେକ୍ଷା କମ୍ ସମୟ ନେଉଛି ବନ୍ଦେ ଭାରତ । ତେବେ ରେଳ ବୋର୍ଡର ଅଧିକାରୀମାନେ ଦାବି କରିଛନ୍ତି ଯେ ବୁଲେଟ୍ ଟ୍ରେନ୍ ଶୂନରୁ ୧୦୦ କିଲୋମିଟର ବେଗରେ ପହଞ୍ଚିବା ପାଇଁ ୫୫.୪ ସେକେଣ୍ଡ ସମୟ ନେଉଥିବା ବେଳେ ବନ୍ଦେ ଭାରତ ଏଥିପାଇଁ ମାତ୍ର ୫୪ ସେକେଣ୍ଡ ସମୟ ନେଉଛି ।

ରେଳ ଅଧିକାରୀଙ୍କ କହିବା ଅନୁଯାୟୀ, ବନ୍ଦେ ଭାରତ ଟ୍ରେନ ଅପଗ୍ରେଡ ରହଥିବାରୁ ଏହାର ଗତି ବହୁତ ଭଲ ଅଛି । ତେବେ ଏହା ଏକ ସ୍ୱୟଂଚାଳିତ ମଟର ସାହାଯ୍ୟରେ ଚାଲିଥାଏ । ୧୬ ଟି କୋଚ ବିଶିଷ୍ଟ ଏହି ଟ୍ରେନର ୫ଟି କୋଚରେ ମୋଟର ଲଗାଯାଇଛି । ତେବେ ବର୍ତ୍ତମାନ “ବନ୍ଦେ ଭାରତ’ ଟ୍ରେନର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ରହିଥିିବା ବେଳେ ଏହାର ନୂଆ ଭର୍ସନର ବେଗ ଘଣ୍ଟା ପ୍ରତି ୧୮୦ କି.ମି ହେବ । ସେହିପରି ୨୦୨୫ ମସିହା ସୁଦ୍ଧା ଏହାର ଘଣ୍ଟା ପ୍ରତି ବେଗ ୨୬୦ କି.ମି ରହିବ ବୋଲି ଜଣାଯାଇଛି । ଯାହା ଫଳରେ ଏହା ଦିଲ୍ଲୀରୁ ପାଟଣା ପର୍ଯ୍ୟନ୍ତ ଦୂରତାକୁ ୪-୫ ଘଣ୍ଟା ମଧ୍ୟରେ ଅତିକ୍ରମ କରିପାରିବ । ତେବେ ରାଜଧାନୀ ଏକ୍ସପ୍ରେକ୍ସକୁ ଏହି ଦୂରତା ଅତିକ୍ରମ କରିବା ପାଇଁ ବର୍ତ୍ତମାନ ୧୨ ଘଣ୍ଟା ସମୟ ଲାଗୁଛି ।

ରେଳ ବୋର୍ଡ ଅଧିକାରୀ ସମଗ୍ର ଦେଶରେ ଏହିଭଳି ୪୦୦ଟି ସେମି-ହାଇସ୍ପିଡ ଟ୍ରେନ ଚଲାଇବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ଜାପାନ୍, ଫ୍ରାନ୍ସ, ଚିନ୍ ଏବଂ ଜର୍ମାନୀ ଇତ୍ୟାଦି ଦେଶର ରେଖାରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଲାଇନ୍ ବିଛାଯାଉଛି । ତେବେ ରାଜଧାନୀ, ଶତାବ୍ଦୀ ଡୁରୋଣ୍ଟୋ ଆଦି ଟ୍ରେନ୍ ଶୂନରୁ ୧୦୦ କିଲୋମିଟର ଦୂରତା ପାଇଁ ୧.୫ ମିନିଟ୍ ସମୟ ନେଇଥାନ୍ତି । ତେଣୁ ଏପରି ପରିସ୍ଥିତିରେ ବନ୍ଦେ ଭାରତ ଟ୍ରେନ୍ ବୁଲେଟ୍ ଟେନ୍ର ସ୍ପିଡକୁ ପଛରେ ପକାଇବ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.