fbpx

ଟୋଲରେ ୧୦ ସେକେଣ୍ଡରୁ ଅଧିକ ସମୟ ଅଟକିଲେ ଛାଡ଼ ହୋଇଯିବ କି ଟ୍ୟାକ୍ସ ? ଜାଣନ୍ତୁ ଉତ୍ତର

ନୂଆଦିଲ୍ଲୀ: ଆଜିକାଲି ମିଡିଆରେ ଟୋଲ ଟ୍ୟାକ୍ସ ନିୟମ ସହ ଜଡିତ ଅନେକ ଭୁଲ ଏବଂ ବିଭ୍ରାନ୍ତିକର ଖବର ଭାଇରାଲ ହେଉଛି । ବେଳେବେଳେ ଭାଇରାଲ ନ୍ୟୁଜରେ କୁହାଯାଏ ଯେ ଟୋଲ ପ୍ଲାଜାରେ ଯଦି ୧୦୦ ମିଟରରୁ ଅଧିକ ଲମ୍ବା ଲାଇନ ଅଛି, ତେବେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।

ଏଥି ସହିତ ବେଳେବେଳେ କୁହାଯାଏ ଯେ, ଟୋଲ ପ୍ଲାଜାରେ ଆପଣଙ୍କୁ ୧୦ ସେକେଣ୍ଡରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡୁଥିଲେ ମଧ୍ୟ ଆପଣ ଟୋଲ ଟ୍ୟାକ୍ସ ଦେବାରୁ ରକ୍ଷା ପାଇଯିବେ । ଏଭଳି ପରିସ୍ଥିତିରେ ରାଜପଥରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହି ଖବରକୁ ସତ୍ୟ ବୋଲି ଭାବି ଟୋଲ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରନ୍ତି । କିନ୍ତୁ ବର୍ତ୍ତମାନ ଏହି ସମସ୍ତ ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି ।

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ମନ୍ତ୍ରଣାଳୟ ଏଭଳି ଯୋଜନାକୁ ଅନୁମୋଦନ କରିନାହିଁ କିମ୍ବା ଏହାକୁ ବିଚାର କରିନାହିଁ । ସେ କହିଛନ୍ତି ଯେ, ମନ୍ତ୍ରଣାଳୟ କିମ୍ବା ଏନଏଚଏଆଇ ପାଖରେ ଏଭଳି ଖବର ସମ୍ପର୍କରେ କୌଣସି ବ୍ୟବସ୍ଥା ନାହିଁ ।

ମନ୍ତ୍ରଣାଳୟ ଅନୁଯାୟୀ, ଯେକୌଣସି ଗାଡି ଡ୍ରାଇଭର ଟୋଲ ପ୍ଲାଜାରେ ନିର୍ଦ୍ଧାରିତ ସମୟଠାରୁ ଅଧିକ ଅପେକ୍ଷା କରିବା ପରେ ମଧ୍ୟ ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ତେବେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଲୋକସଭାକୁ କହିଛନ୍ତି ଯେ , ୧୬ ଫେବୃଆରୀ ୨୦୨୧ ରୁ ଦେଶର ସମସ୍ତ ଟୋଲ ପ୍ଲାଜାରେ FASTag ବାଧ୍ୟତାମୂଳକ କରିବା ପରେ ଏଥିରେ ଅନେକ ଲାଭ ମିଳିଛି ।

Get real time updates directly on you device, subscribe now.