fbpx
BSKY SKY
BSKY SKY

ଝିଅ କେମିତି ପଟାଯାଏ? ଶାହରୁଖଙ୍କୁ ପଚାରିଲେ ଫ୍ୟାନ୍ସ, ଉପଯୁକ୍ତ ଉତ୍ତର ଦେଲେ ଯବାନ ଅଭିନେତା

BSKY

ନୂଆଦିଲ୍ଲୀ: ଶାହାରୁଖ ଖାନ ଆଜିକାଲି ନିଜର ଆଗାମୀ ଫିଲ୍ମ ଯବାନକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ ଶାହରୁଖ ଖାନ ଟ୍ୱିଟରରେ ‘ଆସ୍କ ଏସଆରକେ ସେସନ’ ଆରମ୍ଭ କରିଥିଲେ । ଏଥିରେ ଜଣେ ଫ୍ୟାନ୍ସ ତାଙ୍କୁ ଏପରି ପ୍ରଶ୍ନ ପଚାରିଲେ, ଯେଉଁଥିରେ ଶାହରୁଖ ଖାନଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ପଡିଥିଲା ।

ଶାହରୁଖ ଖାନଙ୍କ ଜଣେ ପ୍ରଶଂସକ ଆସ୍କ ଏସଆରକେ ସେସନରେ ଝିଅ ମାନଙ୍କୁ କିପରି ପଟାଯାଏ, ସେହି ଟିପ୍ସ ମାଗିଥିଲେ । ଏହି ପ୍ରଶଂସକଙ୍କ ଟ୍ୱିଟରେ ଅନେକ ଲୋକେ କହିଲେ ସାର କୁହନ୍ତୁ କିପରି ଝିଅଙ୍କୁ ପଟାଯାଏ, ଦୟା କରି କୁହନ୍ତୁ । ଶାହରୁଖ ଖାନ ଏହି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ପ୍ରଥମେ ଆପଣ ସମସ୍ତେ ଏହି ପଟାଇବା ପଟାଇବା ହୁଅନ୍ତୁ ନାହିଁ । ଏହା ଭଲ ଲାଗୁନାହିଁ । ଅନ୍ୟ ଜଣେ ଲେଖିଛନ୍ତି ଯେ, ଆପଣ ଆକ୍ସନ ବ୍ୟତୀତ ଯବାନକୁ କେଉଁ କାଟାଗୋରୀରେ ରଖିବେ? ଯେଉଁଥିରେ ଶାହରୁଖ ଖାନ ରିପ୍ଲାଏ କରିଛନ୍ତି ଯେ, ଇମୋସନାଲ ଡ୍ରାମା ।

‘ଯବାନ’ ବିଷୟରେ ପ୍ରଶ୍ନ କରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି- ‘ମୁଁ ତୁମକୁ ଜଣେ ମଣିଷ ଭାବରେ ଭଲ ପାଏ .. ତୁମର ରୋମାଣ୍ଟିକ ଦୃଶ୍ୟ ଯବାନ ଫିଲ୍ମରେ ଦେଖାଯିବ କି?’ କିଙ୍ଗ ଖାନ ଏହାକୁ ଅତି ମଜାଳିଆ ଉତ୍ତର ଦେଇଥିଲେ। ‘ସେ ଲେଖିଛନ୍ତି- ସବୁ ଦିଗରୁ … ଆଗରୁ, ପଛରୁ, ପାର୍ଶ୍ୱରୁ, ଆପଣ ମୋତେ 3D IMAX ସଂସ୍କରଣରେ ସମ୍ପୂର୍ଣ୍ଣ ରୂପେ ଦେଖିବେ, ଚିନ୍ତା କର ନାହିଁ । # ୟୋଙ୍ଗ୍

Get real time updates directly on you device, subscribe now.