fbpx

ଏବେ ଅନଲାଇନ ଇ-ପ୍ଲାଟଫର୍ମରେ ମିଳୁଛି ଟମାଟୋ! ଦର ଜାଣି ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର : ଖାଉଟିଙ୍କ ପାଇଁ ଚିନ୍ତା ବଢାଇଲାଣି ପରିବା ଠାରୁ ଆରମ୍ଭ କରି ମସଲା ଜାତୀୟ ଜିନିଷର ଦର । ଏହି ଦର ସମସ୍ତଙ୍କ ଜୀବନ ଅସ୍ତବ୍ୟସ୍ତ କରି ସାରିଲାଣି । ବଜାରରେ ଦିନ କୁ ଦିନ ବଢୁଥିବା ଟମାଟୋର ଦରକୁ ଆଖି ଆଗରେ ରଖି ସରକାର ଏକ ପଦକ୍ଷେପ ନେଇଛନ୍ତି । ସରକାର ଗତ ଜୁଲାଇ ୨୨ ତାରିଖ ଠାରୁ ଅନଲାଇନରେ ଇ-ପ୍ଲାଟଫର୍ମ ନାମକ ଏକ ୱେବସାଟ ଖୋଲିଛନ୍ତି । ସେଥିରେ ଏକ କିଲୋ ଟମାଟୋ ୭୦ ଟଙ୍କାରେ ମିଳୁଛି ।

ସୂଚନା ଅନୁସାରେ, ସରକାର ଜୁଲାଇ ୨୨ରେ ଏକ ଇ-ପ୍ଲାଟଫର୍ମ ଙଘଊଉ ଜରିଆରେ ଅନଲାଇନରେ ୭୦ ଟଙ୍କା କିଲୋ ବିକ୍ରି କରିଥିଲେ । ଘଉଉୠ ଙ୍କ ଅନୁଯାୟୀ ସକାଳ ୯ଟାରେ ୱେବସାଟ ଖୋଲିବା ମାତ୍ରେ ୭ ମିନିଟ ମଧ୍ୟରେ ଭାରତରେ ୩୦୦୦ କିଲୋ ଟମାଟୋ ବୁକିଂ ହୋଇଥିଲା । ଯାହାଫଳରେ ମାତ୍ର ୧୦ ମିନିଟ ପରେ ଏହି ଅନଲାଇନ ବିକ୍ରିକୁ ବନ୍ଦ କରାଇ ଦିଆଗଲା ।

ଏବେ ସରକାର ନେପାଳରୁ ଟମାଟୋ ମଗାଇଛନ୍ତି । ଯାହା ଫଳରେ ଦେଶରେ ଟମାଟୋର ଦର କମିବ ବୋଲି ଆଶା କରାଯାଇଛି । ଏନେଇ କେନ୍ଦ୍ର ସରକାର ଘଉଉୠ ଜରିଆରେ ଦିଲ୍ଲୀ ଏନସିଆର ବଜାରରେ କମ ଦରରେ ଟମାଟୋ ବିକ୍ରି କରାଯାଉଛି । ତେବେ ସରକାର ଆଶା ରଖିଛନ୍ତି ଯେ, ଏହା ଦ୍ୱାରା ଭାରତରେ ଟମାଟୋ ଦର କମିବ ।

Get real time updates directly on you device, subscribe now.