fbpx
BJD SKY
BJD SKY

ଟମାଟୋ ଦାମ୍ କମିବା ନେଇ ଆଶା ରଖିଥିବା ଲୋକଙ୍କୁ ବଡ ଝଟକା, ବଜାର ବିଶେଷଜ୍ଞ କହିଲେ ଦର ୩୦୦ ଛୁଇଁବ

BJD

ନୂଆଦିଲ୍ଲୀ: ଟମାଟୋ ଦାମ୍ ଦିନକୁ ଦିନ ବଢିବାରେ ଲାଗିଛି । ଦେଶର ବିଭିନ୍ନ ସ୍ଥାନରେ ମୂଷଳଧାରାରେ ବର୍ଷା ଲାଗି ରହିଥିବାରୁ ଟମାଟୋ ଦର କମିବାର ନାଁ ଧରୁନାହିଁ । ଗତ କିଛି ଦିନ ହେବ ଟମାଟୋ ମୂଲ୍ୟରେ ୩୦୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ବଜାର ବିଶେଷଜ୍ଞଙ୍କ ମତ ଆଉ କିଛି ଦିନରେ ଟମାଟୋ ଦର ୩୦୦ ଟଙ୍କା ଛୁଇଁବ ।

ମନି କଣ୍ଟ୍ରୋଲ ରିପୋର୍ଟ ଅନୁସାରେ ନ୍ୟାସନାଲ୍ କମୋଡିଟି ମ୍ୟାନେଜମେଣ୍ଟ ସର୍ଭିସେସ୍ ଲିମିଟେଡ୍ ର ସିଇଓ ସଞ୍ଜୟ ଗୁପ୍ତା କହିଛନ୍ତି ଟମାଟୋର ଦରବୃଦ୍ଧି ଆଗାମୀ ଦିନରେ ମଧ୍ୟ ଜାରି ରହିବ । ସଞ୍ଜୟ ଗୁପ୍ତା କହିଛନ୍ତି ଆଗାମୀ ୨ ମାସ ପର୍ଯ୍ୟନ୍ତ ଏହି ଦରବୃଦ୍ଧିରୁ ମୁକ୍ତି ମିଳିବ ନାହିଁ । ଅନ୍ୟପକ୍ଷରେ ବର୍ଷା କାରଣରୁ ନୂଆ ଫସଲ ବି ଲାଗି ପାରୁନାହିଁ ।

Get real time updates directly on you device, subscribe now.