fbpx

କେବେ ପ୍ରକାଶ ପାଇବ CUET UG ରେଜଲ୍ଟ, ତାରିଖ ଘୋଷଣା କଲେ UGC ମୁଖ୍ୟ

ନୂଆଦିଲ୍ଲୀ : CUET UG ୨୦୨୩ ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ଘୋଷଣା କରିବ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି । ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଜଗଦିଶ କୁମାରଙ୍କ କହିବା ଅନୁସାରେ ଜୁଲାଇ୧୭, ୨୦୨୩ରେ ଏହା ପ୍ରକାଶ ପାଇବ । ୧୪.୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଣ୍ଡର ଗ୍ରାଜୁଏସନ କୋର୍ସରେ ଆଡମିଶନ କରିବା ପାଇଁ ପ୍ରବେଶିକା ପରୀକ୍ଷା ଦେଇଥିଲେ । ତେବେ ଛାତ୍ରଛାତ୍ରୀମାନେ ନିଜର ଫଳାଫଳ ଜାଣିବା ପାଇଁ ଆସନ୍ତା ସୋମବାର ଦିନ ଅଫିସିଆଲ ୱେବସାଇଟ୍ ଯାଇ ଦେଖିପାରିବେ ।

CUET UG ପ୍ରବେଶିକା ପରୀକ୍ଷାର ରେଜଲ୍ଟ ଅନଲାଇନ ମାଧ୍ୟମରେ ଘୋଷଣା କରାଯିବ । ଛାତ୍ରଛାତ୍ରୀମାନେ ନିଜର ଫଳାଫଳ ଜାଣିବା ପାଇଁ ରେଜଲ୍ଟ ଲିଙ୍କରେ ଆବେଦନ ନମ୍ବର ଓ ଜନ୍ମ ତାରିଖ କିମ୍ବା ପାସୱାର୍ଡ ଦେଇ ରେଜଲ୍ଟ ଦେଖିପାରିବେ । ତେବେ ସେହି ୱେବସାଇଟରେ ହିଁ ରେଜଲ୍ଟ ସହ ପରୀକ୍ଷଣ ଏଜେନ୍ସି ଛାତ୍ରଛାତ୍ରୀମାନଙ୍କ ପାଇଁ CUET UG ୨୦୨୩ ସ୍କୋରକାର୍ଡ ଡାଉନଲୋଡ କରିବାର ଲିଙ୍କ ମଧ୍ୟ ଜାରି କରାଯିବ । ଆଗାମୀ ଆଡମିଶନ ପାଇଁ ସ୍କୋରକାର୍ଡ ଡାଉନଲୋଡ କରିବା ଜରୁରୀ ଅଟେ । ତେବେ ରେଜଲ୍ଟ ଜାଣିବା ପାଇଁ ଅଫିସିଆଲ ୱେବସାଇଟ cuet.samarth.ac.in କୁ ଯାଇ ନିଜର ପରୀକ୍ଷାଫଳ ଚେକ୍ କରିପାରିବେ ।

ସୂଚନା ଅନୁସାରେ, ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଜଗଦିଶ କୁମାର ଘୋଷଣା କରିଛନ୍ତି ଯେ, ଫଳାଫଳ ସୋମବାର ଜୁଲାଇ ୧୭, ୨୦୨୩ ରେ ଉପଲବ୍ଧ ହେବ । ତେବେ ଏହା ପୂର୍ବରୁ ଜୁଲାଇ ୧୫, ୨୦୨୩ ରେ ଫଳାଫଳ ପ୍ରକାଶ ପାଇବା ନେଇ ବିଜ୍ଞପ୍ତି ବାହାରିଥିଲା । କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ ଗୁଡିକରେ ଆଡମିଶନ କରିବା ପାଇଁ CUET UG ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଏହାସହିତ ଆଡମିଶନ କରିବା ସମୟରେ ସ୍କୋରକାର୍ଡର ଏକ କପି ଆବଶ୍ୟକ ହୋଇଥାଏ ।

Get real time updates directly on you device, subscribe now.