fbpx

ଆସନ୍ତାକାଲି ଭାରତ ବନ୍ଦ, ଜାଣନ୍ତୁ କ’ଣ ଖୋଲା ଓ କ’ଣ ରହିବ ବନ୍ଦ ?

Advertisement

ନୂଆଦିଲ୍ଲୀ, ୨୫ ।୩ : କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲକୁ ବିରୋଧ କରି କୃଷକ ଆନ୍ଦୋଳନ ଏବେବି ଜାରି ରହିଛି । ଆସନ୍ତାକାଲି ଏହି ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଥିବା ବେଳେ ଭାରତ ବନ୍ଦର ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ । ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ନୂତନ କୃଷି ଆଇନ ଏବଂ ସରକାରଙ୍କ କୁଶପୁତ୍ତଳିକା ଦାହ କରିବେ ବୋଲି କୃଷକମାନେ କହିଛନ୍ତି । ଏହା ପୂର୍ବରୁ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ମାତ୍ର ତିନି ଘଣ୍ଚା ପାଇଁ ବନ୍ଦ ପାଳନ କରାଯାଇଥିଲା, ଫଳରେ ଜନସାଧାରଣଙ୍କ ଜୀବନ ଉପରେ ସେତେଟା ପ୍ରଭାବ ପଡଡ଼ିନଥିବା ଦେଖିବାକୁ ମିଳିଥିଲା ।

କଣ ରହିବ ବନ୍ଦ

କୃଷକ ସଙ୍ଗଠନ ଅନୁଯାୟୀ, ୧୨ ଘଣ୍ଟିଆ ବନ୍ଦ ସମୟରେ ସମସ୍ତ ପ୍ରକାର ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । କୃଷକ ନେତାଙ୍କ କହିବାନୁସାରେ, ଲୋକମାନେ ସ୍ୱେଚ୍ଛାକୃତ ଭାବେ ଦୋକାନ ବନ୍ଦ କରିବାକୁ ଆବେଦନ କରାଯାଇଛି । ଏଥିପାଇଁ ସେମାନେ ପ୍ରଚାର କରୁଛନ୍ତି ଏବଂ ସଚେତନତା ସୃଷ୍ଟି କରୁଛନ୍ତି । ବହୁ ସଂଖ୍ୟକ ଦୋକାନୀ ଏହି ବନ୍ଦକୁ ସମର୍ଥନ କରିବା ନେଇ ପ୍ରତିଶୃତି ଦେଇଛନ୍ତି ବୋଲି କହିଛନ୍ତି କୃଷକ ନେତା ।

କ’ଣ ଖୋଲା ରହିବ

କୃଷକ ସଙ୍ଗଠନ ଅନୁଯାୟୀ, ସେମାନଙ୍କର ଉଦ୍ଦେଶ୍ୟ ହେଉଛି ସରକାରଙ୍କ ନିକଟରେ କୃଷକଙ୍କ ସ୍ୱର ପହଞ୍ଚାଇବା । ଏଥିରେ କାହାରି କୌଣସି ସମସ୍ୟା ହେଉ ସେମାନେ ଚାହାଁନ୍ତି ନାହିଁ । ଏହି କାରଣରୁ ରାସ୍ତା ଅବରୋଧ ହେବ ନାହିଁ । ଏଭଳି ପରିସ୍ଥିତିରେ ଟ୍ରାଫିକ୍ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିବ । ଏଥି ସହିତ କାରଖାନା ଏବଂ କମ୍ପାନୀଗୁଡ଼ିକୁ ବନ୍ଦ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ପେଟ୍ରୋଲ ପମ୍ପ, ଗ୍ରୋସରୀ ଦୋକାନ, ମେଡିକାଲ ଷ୍ଟୋର, ସାଧାରଣ ଷ୍ଟୋର, ବହି ଦୋକାନ ଖୋଲା ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.