ଜିଭର ରଙ୍ଗ ଦେଇଥାଏ ସ୍ୱାସ୍ଥ୍ୟ ସହ ଜଡ଼ିତ ଅନେକ ସଙ୍କେତ

ସାଧାରଣତଃ ସଭିଏଁ ଜିଭ କାରଣରୁ ସମସ୍ତ ପ୍ରକାର ଖାଦ୍ୟର ସ୍ୱାଦ ଜାଣିପାରନ୍ତି । ମାତ୍ର ଜିଭ କାରଣରୁ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ରହସ୍ୟ ମଧ୍ୟ ଜଣାପଡିଥାଏ । ଏହା ଖୁବକାମ ଲୋକେ ଜାଣିଥିବେ ଜିଭ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ଜଣାଇଥାଏ । ଏହି ବିଶେଷ କାରଣରୁ ହିଁ ଦେହ ଖରାପ ସମୟରେ ଡାକ୍ତରଙ୍କ ନିକଟକୁ ଗଲେ ସେ ଜିଭ ନିଶ୍ଚୟ ଦେଖନ୍ତି । ତେବେ ଜିଭର ରଙ୍ଗରୁ ଜାଣନ୍ତୁ ସ୍ୱାସ୍ଥ୍ୟ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା… କୁହାଯାଏ।

ଏକ ସୁସ୍ଥ ଜିଭର ରଙ୍ଗ ହାଲକା ଧଳା ହୋଇଥାଏ । ମାତ୍ର ହାଲକା ବଦଳରେ ଏହା ମୋଟା ଆସ୍ତରଣ ଭଳି ହେବା କିଛି ସଙ୍କେତ ଦେଇଥାଏ । ଏଭଳି ହେଉଥିଲେ, ଏହା ପାଚନ ତନ୍ତ୍ର ଜନିତ ସମସ୍ୟା ରହିଛି ବୋଲି କୁହାଯାଏ । ଖାଦ୍ୟ ସଠିକ ଭାବେ ହଜମ ନହେବା ସହ ଶରୀରରେ ଜଳର ଅଭାବ ରହୁଛି ବୋଲି ମଧ୍ୟ ସଙ୍କେତ ଦେଇଥାଏ। ତେଣୁ ନିଜ ଖାଦ୍ୟପେୟ ପ୍ରତି ଦୃଷ୍ଟି ଦିଅନ୍ତୁ । ସାଧାରଣତଃ ଜିଭର ରଙ୍ଗ ହାଲକା ଗୋଲାପୀ ହୋଇଥାଏ । ମାତ୍ର ଆବଶ୍ୟକ ଠାରୁ ଅଧିକ ଫିକା ଲାଗୁଥିଲେ, ଏହା ଶରୀରରେ ରକ୍ତ ଅଭାବ ସଙ୍କେତ ଦେଇଥାଏ । ତେଣୁ ଭିଟାମିନ ଯୁକ୍ତ ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ରକ୍ତ ଅଭାବ ଦୂର ଜିଭର ରଙ୍ଗ ଦେଇଥାଏ ସ୍ୱାସ୍ଥ୍ୟ ସହ ଜଡ଼ିତ ଅନେକ ସଙ୍କେତ କରୁଥିବା ବିଭିନ୍ନ ଜିନିଷକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଜିଭ ହଳଦିଆ ରଙ୍ଗ ଦେଖାଗଲେ ଏହାର ଅର୍ଥ ଶରୀରରେ ପୁଷ୍ଟିଯୁକ୍ତ ଖାଦ୍ୟର ଅଭାବ ରହିଛି ଓ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିପାରୁ ନାହିଁ ।

ହଜମ କ୍ରିୟା ଉପରେ ମଧ୍ୟ କୁପ୍ରଭାବ ପଡୁଛି । ତେଣୁ ପୋଷକ ଯୁକ୍ତ ଜିନିଷକୁ ନିୟମିତ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଯେଉଁମାନେ ଅଧିକ ଚା’ ଓ କଫି ପିଅନ୍ତି, ସେମାନଙ୍କ ଜିଭର ରଙ୍ଗ ପ୍ରାୟତଃ ମାଟିଆ ରଙ୍ଗ ଅଧିକ ଦେଖାଯାଏ । ତେଣୁ ଏହାକୁ ଦୂର ପାଇଁ ଡାକ୍ତରଙ୍କ ସହ ନିଶ୍ଚୟ ପରାମର୍ଶ କରନ୍ତୁ । ଜିଭ ଏକ ଭିନ୍ନ କିମ୍ବା ଖୁବ ଜୋରେ ଲାଲ ରଙ୍ଗ ଦେଖାଯାଉଥିଲେ ଭିଟାମିନ ବି-୧୨ ଅଭାବ କାରଣରୁ ଏପରି ହୋଇଥାଏ ବୋଲି କୁହାଯାଏ । ଜିଭର ରଙ୍ଗ ନୀଳ କିମ୍ବା ଅଧିକ ବାଇଗଣୀ ଦେଖାଗଲେ, ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ନହେବା , ଶରୀରକୁ ଅମ୍ଳଜାନ ଅଭାବ ରହିବାର ଏହା ସଙ୍କେତ ଦେଇଥାଏ । ଏପରି ହେଉଥିଲେ, ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।