fbpx

ଦାନ୍ତରେ ଯନ୍ତ୍ରଣା ହେଉଛି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

କିଛି ଥଣ୍ଡା ବା ଗରମ ପାଣି ସଂସ୍ପର୍ଷରେ ଆସିଲେ ବେଳେବେଳେ ହଠାତ୍ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୁଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ…

୧– ଏକ ଚାମଚ ଲେମ୍ବୁ ରସ ସହ ଏକ ଚୁଟକି ହେଙ୍ଗୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଦାନ୍ତରେ ଲଗାଇବା ଦ୍ବାରା ଯନ୍ତ୍ରଣା ଯଥେଷ୍ଟ କମିଥାଏ।

୨– ଦାନ୍ତରେ ୧ ବା ୨ ବୁନ୍ଦା ଲବଙ୍ଗ ତେଲ ଲଗାଇବା ଦ୍ବାରା ବହୁତ ଆରାମ ମିଳିଥାଏ।

୩– ଯନ୍ତ୍ରଣାଦାୟକ ଦାନ୍ତରେ ପିଆଜ ଖଣ୍ଡ ଲଗାଇଲେ ଯନ୍ତ୍ରଣା କମିଥାଏ।

୪- ଗୋଟିଏ ବା ଦୁଇଟି ରସୁଣ କୋଲା ଏବଂ ପଥର ଲୁଣକୁ ପେଷ୍ଟ ପ୍ରସ୍ତୁତ କରି ଦିନକୁ ଅତି କମରେ ଦୁଇଥର ଯନ୍ତ୍ରଣାଦାୟକ ଦାନ୍ତରେ ଲଗାନ୍ତୁ। ଏହା ଦ୍ୱାରା ଯନ୍ତ୍ରଣା କମିଥାଏ।

୫– ଏକ ଚାମଚ ଲୁଣକୁ ଏକ ଗ୍ଲାସ ଉଷୁମ ପାଣିରେ ଦିନକୁ ୨ ଥର କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣା ଦୂର ହୁଏ।

୬ -ଏକ ଚୁଟକି ଡାଲଚିନି ପାଉଡର ଏବଂ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଯନ୍ତ୍ରଣାଦାୟକ ଦାନ୍ତରେ ଲଗାଇଲେ ଯନ୍ତ୍ରଣା ଦୂର ହୁଏ।

୭– ଫିଟକରି ପାଉଡର ଯନ୍ତ୍ରଣାଦାୟକ ଦାନ୍ତରେ ଲଗାଇଲେ ଯନ୍ତ୍ରଣା ଦୂର ହୋଇଥାଏ।

୮– ଏକ ଗ୍ଲାସ୍ ଉଷୁମ ପାଣିରେ ଏକ ଚୁଟକି ବେକିଂ ସୋଡା ପକାଇ କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Get real time updates directly on you device, subscribe now.