fbpx

ରୁକ୍ଷ ତ୍ୱଚା ପାଇଁ ଗ୍ଲିସେରିନ, ଜାଣନ୍ତୁ କିପରି ବ୍ୟବହାର କରିବେ….

ତରୁଣୀମାନେ ତାଙ୍କ ତ୍ୱଚା କିପରି ସୁନ୍ଦର ଦେଖାଯିବ ସେନେଇ ଚିନ୍ତିତ ହୋଇପଡ଼ନ୍ତି । ଯେଉଁ ଝିଅମାନଙ୍କର ତ୍ୱଚା ରୁକ୍ଷ ସେମାନେ କମ ବୟସ୍କ ହୋଇଥିଲେ ମଧ୍ୟ ଅଧିକ ବୟସ୍କ ଭଳି ଦେଖାଯାନ୍ତି। ତେଣୁ ସେମାନଙ୍କୁ ଅଧିକ ସମସ୍ୟା ଭୋଗିବାକୁ ପଡ଼ିଥାଏ । ତ୍ୱଚାର ରୁକ୍ଷତା ଯୋଗୁ ମୁହଁ ଫାଟିବା ପରି ସମସ୍ୟା ସୃଷ୍ଟି ହୁଏ । ତେବେ ଏପରି ସମସ୍ୟା ଦେଖାଦେଲେ ସାଧାରଣତଃ ମହିଳାମାନେ ତ୍ୱଚାକୁ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ବିୟୁଟି ପ୍ରଡ଼କ୍ଟ ବ୍ୟବହାର କରଥାନ୍ତି । ତେବେ ସେସବୁ ପ୍ରଡ଼କ୍ଟରେ କେମିକାଲ ମିଶିଥିବା ଯୋଗୁ ଅନେକ ସମୟରେ ଶରୀରରେ ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ତ୍ୱଚା ରୁକ୍ଷ ଏବଂ ଆପଣ ଏଥିପାଇଁ ବିୟୁଟି ପ୍ରଡକ୍ଟ ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି, ତେବେ ଏପରି କରନ୍ତୁ ନାହିଁ । ଆପଣ ଏଥିପାଇଁ ଗ୍ଲିସେରିନର ବ୍ୟବହାର କରିପାରିବେ । ଗ୍ଲିସେରିନର ବ୍ୟବହାର ସାଧାରଣତଃ ବିୟୁଟି କ୍ରିମ, ମୟଶ୍ଚରାଇଜର ଓ ଶାମ୍ପୁରେ କରାଯାଇଥାଏ । ଲିପବାମର ବ୍ୟବହାର ବଦଳରେ ଓଠରେ ଗ୍ଲିସେରିନ ଲଗାଇବା ଦ୍ୱାରା ଅଧିକ ଲାଭଦାୟକ ହୋଇଥାଏ । ଏହା ଓଠକୁ କୋମଳ କରିଥାଏ । ଏବେ ଆସନ୍ତୁ ଜାଣିବା, ଗ୍ଲିସେରିନର ବ୍ୟବହାର ଓ ଏଥିରୁ ମିଳୁଥିବା ଫାଇଦା ସମ୍ପର୍କରେ ।

ଗ୍ଲିସେରିନ ମୁହଁ ପାଇଁ ଏକ ଉମ ମୟଶ୍ଚରାଇଜର । ନିୟମିତ ଗ୍ଲିସେରିନ ଲଗାଇବା ଦ୍ୱାରା ମୁହଁ ସଫା ଓ ସତେଜ ରହିଥାଏ ।

ଗ୍ଲିସେରିନ ଲଗାଇବା ଦ୍ୱାରା ଏହା ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା କ୍ଷତିକାରକ ବାଇଗଣୀ କିରଣରୁ ମୁହଁକୁ ସୁରକ୍ଷା ଦେଇଥାଏ । ଏହାସହ ମୁହଁକୁ ସୁନ୍ଦର ଓ ଆକର୍ଷଣୀୟ କରିଥାଏ ।
ମୁହଁରେ ସୃଷ୍ଟି ହୋଇଥିବା କିଛି ସମସ୍ୟାରୁ ଗ୍ଲିସେରିନ ଲଗାଇବା ଦ୍ୱାରା ମୁକ୍ତି ମିଳିଥାଏ ।

ଏକଜିମା ଓ ସାୟରୋସିସ ସମସ୍ୟା ପାଇଁ ଗ୍ଲିସେରିନ ବ୍ୟବହାର କରିବା ଲାଭଦାୟକ ।
ପାଦ ଫାଟିଥିଲେ, ଗ୍ଲିସେରିନ ଲଗାଇବା ଦ୍ୱାରା ସେଥିରୁ ଆରୋଗ୍ୟ ମିଳିଥାଏ ।

ଗ୍ଲିସେରିନକୁ ମୟଶ୍ଚରାଇଜର ଭାବେ ବ୍ୟବହାର କରାଯାଇଥାଏ । ସେଥିପାଇଁ ଗ୍ଳିସେରିନରେ ଗୋଲାପ ଜଳ ମିଶାନ୍ତୁ । ସେହି ମିଶ୍ରଣକୁ ପ୍ରତିଦିନ ଶୋଇବା ପୂର୍ବରୁ ମୁହଁରେ ଲଗାଇ ଦିଅନ୍ତୁ । ସକାଳୁ ଉଠି ଭଲ ଭାବେ ମୁହଁ ଧୁଅନ୍ତୁ । ଏପରି କରିବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଏହା ଅଧିକ ଆକର୍ଷଣୀୟ ଲାଗିଥାଏ ।

Get real time updates directly on you device, subscribe now.