fbpx

୧୯୦୦ରୁ ୨୦୨୦ ପର୍ଯ୍ୟନ୍ତ ଅଲିମ୍ପିକରେ ଭାରତର ମୋଟ ପଦକ ତାଲିକା

୧୮୯୬ ମସିହାରେ ଗ୍ରୀସର ଏଥେନ୍ସରେ ପ୍ରଥମ ମଡର୍ଣ୍ଣ ଅଲିମ୍ପିକ ଆରମ୍ଭ ହୋଇଥିଲା । ସ୍ୱାଧୀନତା ପୂର୍ବରୁ ଭାରତ ହକିରେ ଅଲିମ୍ପିକରେ ୧୯୨୮ରୁ ୧୯୩୬ ମଧ୍ୟରେ ୩ଟି ପଦକ ହାସଲ କରିଥିଲା । ୧୯୨୮ରେ ଆମଷ୍ଟରଡାମ ଅଲିମ୍ପିକରେ ଭାରତ ଅଷ୍ଟ୍ରିଆ, ବେଲଜିୟମ୍, ଡେନମାର୍କ ଓ ସୁଇଜରଲାଣ୍ଡ ଓ ନେଦରଲାଣ୍ଡକୁ ହରାଇ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଥିଲା । ୧୯୩୨ରେ ଭାରତ ୟୁଏସଏକୁ ୨୪-୧ ଗୋଲ୍ ଦେଇ ବୃହତ ବିଜୟ ହାସଲ କରି ଇତିହାସ ରଚିଥିଲା । ୧୯୩୬ରେ ଭାରତ ଜର୍ମାନୀକୁ ୮-୧ ଗୋଲରେ ପରାସ୍ତ କରିଥିଲା ।

ଦେଶ ସ୍ୱାଧୀନ ହେବା ପରେ ୧୯୪୮ ମସିହା ପରଠାରୁ ୫୦ରୁ ଅଧିକ ଆଥଲେଟ ଅଲିମ୍ପିକରେ ଭାଗ ନେଉଛନ୍ତି । ୧୯୪୮ ମସିହା ସମର ଅଲିମ୍ପିକରେ ଗ୍ରେଟ୍ ବ୍ରିଟେନକୁ ଫାଇନାଲରେ ହରାଇ ସ୍ୱାଧୀନ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ୧୯୫୬ ଅଲିମ୍ପିକରେ ଭାରତ ପାକିସ୍ତାନକୁ ହରାଇ କ୍ରମାଗତ ଭାବେ ୬ ଥର ପାଇଁ ବିଜୟ ଲାଭ କରିଥିଲା । ୧୯୬୦ ସମର ଅଲିମ୍ପିକରେ ହକି ଦଳ ଫାଇନାଲରେ ପରାସ୍ତ ହୋଇଥିଲେ ହେଁ ରୌପ୍ୟ ପଦକ ହାସଲ କରିଥିଲା । ପରବର୍ତ୍ତୀ ଅଲିମ୍ପିକ ୧୯୬୪ରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଏହା ପରବର୍ତ୍ତୀ ଦୁଇ ଅଲିମ୍ପିକରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଥିଲା । ୧୯୨୮ ମସିହା ପରେ ପ୍ରଥମ ଥର ପାଇଁ୧୯୭୬ ଅଲିମ୍ପିକରେ ଭାରତୀୟ ହକି ଦଳ ଖାଲି ହାତରେ ଫେରିଥିଲା ।

୧୯୯୬ ଆଟଲାଣ୍ଟା ଅଲିମ୍ପିକରେ ଭାରତର ଟେନିସ୍ ତାରକା ଲିଆଣ୍ଡର ପେସ୍ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପେସ୍ ପ୍ରତିପକ୍ଷ ଆନ୍ଦ୍ରେ ଆଗାସୀଙ୍କୁ ସେମିଫାଇନାଲରେ ୭-୬, ୬-୩ ସେଟରେ ହରାଇ ଏହି ସଫଳତା ହାସଲ କରିଥିଲେ । ୨୦୦୦ ସିଡନୀ ଅଲିମ୍ପିକରେ ଭାରତର ଜଣେ ମହିଳା ପ୍ରଥମ ଥର ପାଇଁ ଅଲିମ୍ପିକରେ ପଦକ ହାସଲ କରିଥିଲେ । ଭାରୋତ୍ତଳନରେ କର୍ଣ୍ଣମ ମାଲ୍ଲେଶ୍ୱରୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସେ ୬୯ କେଜି ବର୍ଗରେ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ ଏଥେନ୍ସ ଅଲିମ୍ପିରେ ଶୁଟିଂରେ ରାଜ୍ୟବର୍ଦ୍ଧନ ସିଂହ ରାଠୋର ରୌପ୍ୟ ପଦକ ପାଇଥିଲେ । ୨୦୦୮ ବେଜିଂ ଅଲିମ୍ପିକରେ ଅଭିନବ ବିନ୍ଦ୍ରା ଶୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଏଥିରେ ସୁଶୀଲ କୁମାର ୬୬ କେଜି ବର୍ଗରେ ରେସଲିଂରେ ବ୍ରୋଞ୍ଜ ପଦକ ପାଇଥିଲେ । ସେହିପରି ବକ୍ସିଂରେ ବିଜେନ୍ଦର ସିଂହ ବ୍ରୋଞ୍ଜ ଜିତିଥିଲେ ।
୨୦୧୨ ଲଣ୍ଡନ ଅଲିମ୍ପିକରେ ମୋଟ ୬ଟି ପଦକ ଭାରତ ପାଇଥିଲା । ବ୍ୟାଡମିଣ୍ଟନରେ ସାଇନା ନେହୱାଲ ବ୍ରୋଞ୍ଜ, ବକ୍ସିଂରେ ମେରିକମ ବ୍ରୋଞ୍ଜ, ସୁଶୀଲ କୁମାର ରେସଲିଂରେ ରୌପ୍ୟ, ରେସିଲିଂରେ ଯୋଗେଶ୍ୱର ଦତ୍ତ ବ୍ରୋଞ୍ଜ, ଶୁଟିଂରେ ବିଜୟ କୁମାର ରୌପ୍ୟ ଓ ଗଗନ ନାରଙ୍ଗ ବ୍ରୋଞ୍ଜ ପଦକ ପାଇଥିଲେ । ୨୦୧୬ ରିଓ ଅଲିମ୍ପିକରେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ରୌପ୍ୟ, ରେସଲିଂରେ ସାକ୍ଷୀ ମଲ୍ଲିକ ବ୍ରୋଞ୍ଜ ପଦକ ପାଇଥିଲେ । ୨୦୨୦ ଅଲିମ୍ପିକରେ ଭାରତ ବର୍ତ୍ତମାନ ସୁଦ୍ଧା ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ପାଇ ସାରିଥିବା ବେଳେ ଖେଳ ଆଗକୁ ଆହୁରି ବାକି ଅଛି । ଟୋକିଓ ଅଲିମ୍ପିକରେ ଭାରୋତ୍ତଳନରେ ମିରାବାଇ ଚାନୁ ରୌପ୍ୟ ଓ ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁ ବ୍ରୋଞ୍ଜ ପଦକ ପାଇଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ଭାରତ ଅଲିମ୍ପିକରେ ମୋଟ ୩୦ଟି ପଦକ ଜିତିସାରିଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.