fbpx

‘ଗାଡ଼ିରେ କମ୍ ତେଲ ଯୋଗୁଁ ଯୁବକଙ୍କର ୨୫୦ ଟଙ୍କା ଚାଲାଣ କଟିଲା’: ଏଇଟା ମଜା ନୁହେଁ, ସତ, ଜାଣନ୍ତୁ କ’ଣ ରହିଛି ଟ୍ରାଫିକ୍ ନିୟମ

ନୂଆଦିଲ୍ଲୀ: ଗାଡ଼ି ଚଳାଇବା ଓ ଚାଲାଣ କଟିବାକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ଚାଲିଥାଏ । ତେବେ କିଛିଦିନ ତଳେ ‘କମ ତେଲ ପାଇଁ ୨୫୦ ଟଙ୍କାର ଚାଲାଣ’ ଖୁବ୍ ଚର୍ଚ୍ଚାରେ ରହିଥିଲା । ପ୍ରଥମ ଥର ପାଇଁ ଏଭଳି କିଛି କଥା ସାମ୍ନାକୁ ଆସିଥିଲା । ତେବେ ଏହା ଗୁଜବ ନୁହେଁ, ଏଭଳି ଅଲଗା ଅଲଗା ନିୟମ ବାସ୍ତବରେ ଉପଲବ୍ଧ ରହିଛି । ନିକଟରେ ଟ୍ରାଫିକ ପୋଲିସ କେରଳର ଜଣେ ଯୁବକଙ୍କୁ ୨୫୦ ଟଙ୍କାର ଫାଇନ୍ କାଟିଥିଲା ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଉକ୍ତ ଯୁବକଙ୍କ ରସିଦରେ ଲେଖା ଥିଲା ‘ଗାଡ଼ିରେ ତେଲ କମ୍ ଥିଲା’ । ଏହି ଚାଲାଣକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା । ଏଭଳି କିଛି ନିୟମ ରହିଛି ବୋଲି ଆପଣଙ୍କୁ ଜାଣିବା ନିହାତି ଜରୁରୀ । ଘଟଣା ଅନୁଯାୟୀ, ଚାଲାଣ କଟିବାର କାରଣ କମ୍ ତେଲ ବୋଲି ରସିଦରେ ଦର୍ଶାଯାଇଥିଲା । ତେବେ ରଙ୍ଗ ସାଇଡରେ ବାଇକ୍ ଚଳାଉଥିବାରୁ ୨୫୦ ଟଙ୍କା କଟିଥିବା ଯୁବକ ଜଣଙ୍କ କହିଥିଲେ । ତରତରରେ ଯୁବକ ଜଣଙ୍କ ନିଜର ରସିଦ ଦେଖି ପାରିନଥିଲେ ।

ତେବେ ଏଭଳି ମାମଲା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲେ ହେଁ ଏ ସମ୍ବନ୍ଧୀୟ ନିୟମ ଉପଲବ୍ଧ ରହିଛି । ନିୟମ ମୁତାବକ, ଯଦି କୌଣସି କମର୍ସିଆଲ ବାହନ କୌଣସି ଯାତ୍ରୀଙ୍କୁ ନେଇ ତୈଳ ଭରିବା ପାଇଁ ଅଟକିବେ, ତେବେ ପୋଲିସ ତାଙ୍କର ୨୫୦ ଟଙ୍କା ଚାଲାଣ କାଟିପାରିବ । ଅର୍ଥାତ ଯଦି ଆପଣ ଜଣଙ୍କୁ ଗାଡ଼ିରେ ବସାଇ ତେଲ ଭରିବେ, ତେବେ ତାହା ନିୟମ ବିରୋଧୀ କାର୍ଯ୍ୟ ହେବ । ତେବେ ସାଧାରଣ ଭାବେ ପୋଲିସ ଏପରି ମାମଲାରେ ଚାଲାଣ କାଟେ ନାହିଁ ।

Get real time updates directly on you device, subscribe now.