fbpx

ଟ୍ରାଫିକ୍ ଚେକିଂ: ବିନା ହେଲମେଟଧାରୀଙ୍କୁ ଫାଇନ୍

Advertisement

ଭୁବନେଶ୍ୱର, ୧୩ା୧୨ (ଓଡିଶା ଭାସ୍କର): ଆଜି ସକାଳୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଚେକିଂ କରାଯାଇଥିଲା । ଏହି ଚେକିଂରେ ଅନେକ ଗାଡ଼ି ଚାଳକ ଧରା ପଡ଼ି ଫାଇନ୍ ଦେଇଥିବା ଜଣାଯାଇଛି ।

ସୂଚନା ଅନୁସାରେ ହେଲମେଟ ପିନ୍ଧି ନଥିବା ଗାଡ଼ି ଚାଳକଙ୍କୁ ପୋଲିସ ଧରିଥିଲା । ହେଲମେଟ ନଥିଲେ ଫାଇନ୍ ବାବଦକୁ ୧୦୦୦ ଟଙ୍କା ଆଦାୟ କରାଯାଉଥିବା ଜଣାପଡ଼ିଥିଲା । ରାସ୍ତା କଡ଼ରେ ଠିଆ ହୋଇ ପୋଲିସ ପକ୍ଷରୁ ଫାଇନ କଟା ଯାଉଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଫାଇନ ସମ୍ପୃକ୍ତ ଚାଳକଙ୍କର ଘର ଠିକଣାରେ ଇ-ଚାଲାଣ ମାଧ୍ୟମରେ ପଠାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.