fbpx

୫ ମାସରେ ୩୮ କୋଟି ଫାଇନ୍ ଆଦାୟ: ମନ୍ତ୍ରୀ

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବାର ୫ ମାସରେ ୩୮ କୋଟିରୁ ଅଧିକ ଟଙ୍କା ଫାଇନ୍ ଆଦାୟ ହୋଇଛି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତିି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ୫ ମାସରେ ମୋଟ୍ ୩୮ କୋଟି ୬୭ ଲକ୍ଷ ୨୫ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି । ଜାନୁୟାରୀ ସୁଦ୍ଧା ୪,୧୩,୯୯୪ ଜଣ ଡିଏଲ ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨,୮୭,୯୩୨ ଜଣଙ୍କୁ ଡିଏଲ ଦିଆଯାଇଛି । ଏନେଇ ବିଧାୟକ ସୌମ୍ୟରଞ୍ଜନଙ୍କ ପ୍ରଶ୍ନରେ ଉତ୍ତର ରଖି କହିଛନ୍ତି ପରିବହନ ମନ୍ତ୍ରୀ ।

Get real time updates directly on you device, subscribe now.