fbpx

ଟ୍ରାଫିକ କର୍ମଚାରୀ ପିନ୍ଧିଲେ AC ହେଲମେଟ୍; ପରୀକ୍ଷାମୂଳକ ଭାବେ ଆରମ୍ଭ କଲା କମିଶନରେଟ୍ ପୋଲିସ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ପୋଲିସ ମୁଣ୍ଡରେ ଏସି ହେଲମେଣ୍ଟ । ଖରା ପାଇଁ ଏୟାର କୁଲିଙ୍ଗ୍ ହେଲମେଟ୍ ପିନ୍ଧିଲେ ଟ୍ରାଫିକ ପୋଲିସ । ଆଜି ଏହି ହେଲମେଟ୍ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛି କମିଶନରେଟ ପୋଲିସ । ପ୍ରଚଣ୍ତ ଖରାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ପୋଲିସ । ବ୍ୟାଟ୍ରି ମାଧ୍ୟମରେ ଏହି ହେଲମେଟ୍ ଚାର୍ଜ ହେବ । ଥରେ ଚାର୍ଜ ହୋଇଗଲେ ୮ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହିବ ।

ପୋଲିସ କମିଶନର ଏହି ହେଲମେଟ୍ କୁ ପରୀକ୍ଷା ମୂଳକ ଭାବେ ଜଣେ ଟ୍ରାଫିକ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି । ସଫଳ ହେଲେ ସବୁ ଟ୍ରାଫିକ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ପୂର୍ବରୁ ଗୁଜରାଟ ପୋଲିସ ବ୍ୟବହାର କରିଛି । ଘଟଣାସ୍ଥଳରେ କମିଶନର ସଞ୍ଜୀବ ପଣ୍ଡା, ଟ୍ରାଫିକ୍ ଡିସିପି ପିକେ ରାଉତ ଓ ଏସିପି ଶରତ କୁମାର ସାହୁ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.