fbpx

(Video) ଟ୍ରାଫିକ୍ ପୋଲିସ ଗାଇଲେ ସୁପରହିଟ୍ ଗୀତ, ତାଳଦେଇ ନାଚିଲେ ସମସ୍ତେ, ଦେଖନ୍ତୁ ଭିଡିଓ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା’ ଭିଡିଓ ଭାଇରାଲ ହୋଇଥାଏ । ସେ ପଶୁ ପକ୍ଷୀଙ୍କର ହେଉ କିମ୍ବା ହେଉ ପୁଣି କୌଣସି ମଜାଦାର ଭିଡିଓ । ଅନେକ ସମୟରେ ତ’ ଏଭଳି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତି  ୟୁଜର୍ସ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଖୁସି ହୋଇଯିବେ, ଆଣଙ୍କୁ ମଜା ମଧ୍ୟ ଆସିଯିବ ।

ଗୀତ ଶୁଣିବା କାହାକୁ ପସନ୍ଦ ନୁହେଁ, ଆମେ ସମସ୍ତେ ମଧ୍ୟ ଅନେକ ସମୟରେ ଗୀତ ଗୁଣୁଗୁଣୁ କରି ଗାଇଥାଉ । ଆଉ ଜଣେ ଗୀତ ଗାଇଲେ ଏଠାରେ ଜମିଥାଏ ଆସର । ତେବେ ବର୍ତ୍ତମାନ ଏହି ଭାଇରାଲ ଭିଡିଓରେ ଏଭଳି କିଛି ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ଟ୍ରାଫିକ୍ ପୋଲିସ୍ ବଲିଉଡ ଗୀତ ଗାଉଥିବା ଦେଖାଯାଉଛି । ଆଉ ତାଙ୍କର ଗୀତ ଶୁଣି ସେଠାରେ ଥିବା ଲୋକମାନେ ମଧ୍ୟ ତାଙ୍କ ସହ ତାଳ ଦେଉଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ ଟ୍ରାଫିକ୍ ପୋଲିସ୍ କର୍ମୀ ଅଭିନେତା ଧର୍ମେନ୍ଦଙ୍କ ସୁପରହିଟ୍ ‘ୟମଲା ପଗଲା ଦିୱାନା’ ଗାଉଛନ୍ତି, ଆଉ ଏହାକୁ ଶୁଣି ସେଠାରେ ଥିବା ଅନେକ ଲୋକ ଝୁମିବାରେ ଲାଗିଥିଲେ । ସମସ୍ତେ ମସ୍ତିଭରା ଏହି ଗୀତରେ ନାଚିବାକୁ ଆରମ୍ଭ କରିଦେଇଥିଲେ । ଦେଖନ୍ତୁ ଭିଡିଓ…

ସେପଟେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ଏବଂ ଖୁସିଭରା ପ୍ରତିକ୍ରିୟା ରଖୁଛନ୍ତି ।

Get real time updates directly on you device, subscribe now.