fbpx

ଟ୍ରାଫିକ ପୋଲିସ ପିନ୍ଧିବେ ଗେରୁଆ କୋର୍ଟ: ଆଜିଠୁ ଲାଗୁହେଲା ଏହି ନିୟମ, ଅଧିକ ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ଆଜି ରାଜଧାନୀର ସମସ୍ତ ଟ୍ରାଫିକ ପୋଲିସଙ୍କୁ ଟ୍ରାଫିକ ଥାନାରେ ନୂଆ ରେନକୋଟ୍‌ ଦିଆଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏହି ନୂଆ ରେନକୋଟ୍‌ ପ୍ରଦାନ କରାଯାଇଛି । ଏବେଠାରୁ ଗେରୁଆ ରଙ୍ଗର ରେନକୋଟ୍‌ ପିନ୍ଧିବେ ଭୁବନେଶ୍ୱର ସମସ୍ତ ଟ୍ରାଫିକ ପୋଲିସ ।

ସୂଚନା ଅନୁସାରେ, ଏହି ରେନକୋଟ ରେଡିଅମ୍ ର କାମ ହୋଇଛି । ରାତିରେ ଏହି ରେନକୋଟ ଉପରେ ଲାଇଟ୍ ପଡିଲେ ଏହା ବହୁ ଦୂରକୁ ଉଜ୍ବଳ ଦେଖାଯିବ । ଫଳରେ ଲୋକମାନେ ପୋଲିସର ଉପସ୍ଥିତି ଜାଣିପାରବେ । ତେବେ ଏହି ରେନକୋଟ୍ ର ବିଶେଷତ୍ବ ହେଉଛି ରାତିରେ ସହଜରେ ଟ୍ରାଫିକ ପୋଲିସଙ୍କ ଉପସ୍ଥିତି ଜାଣିହେବ । ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏହି ନୂଆ ରେନକୋଟ୍‌ ପ୍ରଦାନ କରାଯାଇଛି

Get real time updates directly on you device, subscribe now.