fbpx

ପ୍ରତି ୩୦କିମି ବ୍ୟବଧାନରେରେ ରହିବେ ଟ୍ରାଫିକ ସ୍କ୍ୱାଡ଼

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): ଦୁର୍ଘଟଣା କମାଇବା ପାଇଁ ଟ୍ରାଫିକ ନିୟମକୁ ଆହୁରି କଡ଼ାକଡ଼ି କରାଯିବ । ମାର୍ଚ୍ଚରୁ ବାଇକ ଚାଳକ ଓ ସହଯାତ୍ରୀଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ ହେବ । କାର୍ ଚାଳକ ଓ ସମସ୍ତ ଯାତ୍ରୀଙ୍କ ପାଇଁ ବି ସିଟ୍ ବେଲ୍ଟ ବାଧ୍ୟତାମୂଳକ ହେବ । ଏହାସହ ପ୍ରତି ୩୦କିମି ବ୍ୟବଧାନରେ ମୋବାଇଲ ଟ୍ରାଫିକ ସ୍କ୍ୱାଡ଼ ରହିବେ । ଦ୍ରୁତ ଓ ନିଶାସକ୍ତ ଗାଡ଼ି ଚାଳନା ପ୍ରତି ଅଧିକ କଠୋର ସରକାର ହେବେ । ବର୍ଦ୍ଧିତ କୋହଳ ସୀମା ଆଉ କେବେ ବି ଘୁଞ୍ଚିବ ନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ବର୍ଷେ ଭିତରେ ଦୁର୍ଘଟଣା ହାର ୨୦% କମାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.