ଶାଢ଼ୀ ଦୋକାନରେ ଭୟାଭୟ ନିଆଁ, ବାପା, ପୁଅଙ୍କ ସମେତ ଚାରିଜଣ ଜୀବନ୍ତ ଦଗ୍ଧ

ବାରାଣାସୀରେ ଗୁରୁବାର ଏକ ଶାଢ଼ୀ ଦୋକାନରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିଲା । ଏହି ଅଗ୍ନିାକଣ୍ଡରେ ବାପା, ପୁଅଙ୍କ ସମେତ ଚାରିଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଦମକଳ ନାହିନୀ ପହଁଞ୍ଚିବା ପୁର୍ବରୁ ସ୍ଥାନୀୟ ଲୋକେ ନିଆଁକୁ ଲିଭାଇ ଦେଇଥିଲେ । ଏହି ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରାଯାଇଛି ।

ସୂଚନା ଅନୁସାରେ ଭେଲପୁର ଥାନା ଅନ୍ତର୍ଗତ ଅନସାର ନଗରର ନିବାସି ଥିଲେ । ଆରିଫ ଜମାଲଙ୍କ ପରିବାର ଶାଢ଼ି ପଲିସ କାମ କରୁଥିଲେ । ଘରଠୁ କିଛି ଦୂରରେ ଥିବା ଅସଫାକ ନଗର କଲୋନୀରେ ସେମାନଙ୍କର ଏକ ଦୋକାନ ଥିଲା ।

ଗୁରୁବାର ମଧ୍ୟାହ୍ନ ସମୟରେ ଦୋକାନର ମୁଖ୍ୟ ଫାଟକ ନିକଟରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗି ଯାଇଥିଲା । ଏବଂ ଦୋକାନ ସାରା ଧୁଆଁମୟ ହୋଇଯାଇଥିଲା । ଦୋକାନରେ ଥିବା ଅନ୍ୟ କବାଟଟି ନଖୋଲିବାରୁି ସେଠାରେ ଥିବା ଆରିଫ କମାଲ(୪୫), ତାଙ୍କ ପୁଅ ଶାବାନ(୨୨), ଏବଂ ବିହାରର ଦୁଇ ଶ୍ରମିକ ଏଜାଜ୍ (୧୮) ଏବଂ ଆରାରିଆର ମୁଣ୍ଟାଶିର୍ (୧୯) ଏହି ନିଆାଁରେ ଜୀବନ୍ତ ଜଳି ଯାଇଥିଲେ ।

ପ୍ରାୟ ଅଧଘଣ୍ଟା ପରେ ପୋଲିସ ଏବଂ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଘଟଣଅ ସ୍ଥଳରେ ପହଁଞ୍ଚି ଜିଲ୍ଲାପାଳ କୌଶଳ ରାଜ ଶର୍ମା ମୁଖ୍ୟଢ଼ନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପ୍ରତି ଚାରି ଲକ୍ଷ ଲେଖାଏଁ ଅନୁକମ୍ପା ମୁଳକ ସହାୟତା ରାଶି ଘୋଷଣା କରିଥିଲେ ।