fbpx
BSKY
BJD SHG SKY
BJD MC SKY

ପ୍ରେସ୍ ରିଲିଜ୍ ମାଧ୍ୟମରେ ସରକାର ଦେଲେ ଚେତାବନୀ, ଆପଣଙ୍କୁ ଆସୁନାହିଁ ତ ଏପରି କଲ୍‌

ନୂଆଦିଲ୍ଲୀ: ଏବେ ବହୁ ୟୁଜର୍ସ କହୁଛନ୍ତି କି ସେମାନଙ୍କୁ ଏକ ଅଜଣା ନମ୍ବରରୁ ବାରମ୍ବାର କଲ୍ ଆସୁଛି ଯିଏ କି ନିଜକୁ –ର କର୍ମଚାରୀ କିମ୍ବା ଏହା ସହ ସମ୍ବନ୍ଧିତ ଏଜେନ୍ସୀର କର୍ମଚାରୀ ବୋଲି କହୁଛନ୍ତି । ଏଥିରେ ସେ ଲୋକଙ୍କୁ ମୋବାଇଲ୍ ନମ୍ବର ବନ୍ଦ କରିଦେବା ନେଇ ଧମକ ଦେଉଛନ୍ତି ଓ ସ୍କାଇପ୍ ଭିଡିଓ କଲ୍‌ରେ ଜଏନ୍ କରିବାକୁ କହୁଛନ୍ତି । ଏହାକୁ ନେଇ ସରକାରୀ ଏଜେନ୍ସୀ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ସୂଚନା ଜାରି କରିଛନ୍ତି ଓ ଏପରି କଲ୍‌କୁ ସାବଧାନ ରହିବାକୁ କହିଛି । ଏହା ଫ୍ରଡ୍ କିମ୍ବା ସ୍କାମର୍ସଙ୍କ କଲ୍ ବୋଲି TRAI କହିଛି ।

TRAI କହିଛି ତାଙ୍କ ଏଜେନ୍ସୀ ପକ୍ଷରୁ କୌଣସି ବି ମୋବାଇଲ୍ ୟୁଜରଙ୍କୁ ନମ୍ବର ବ୍ଲକ କିମ୍ବା ଡିସ୍‌କନେକ୍ଟ କରାଯିବା ନେଇ କଲ୍ କରାଯାଉ ନାହିଁ କିମ୍ବା ସେମାନେ ଅନ୍ୟ କୌଣସି ଏଜେନ୍ସୀକୁ ବି ଏପରି କରିବା ପାଇଁ କହିନାହାନ୍ତି । ଏ ପ୍ରକାର କଲ୍ ସ୍କାମର୍ସଙ୍କ ଦ୍ୱାରା କରାଯାଉଛି । ତେଣୁ ଏଥିପ୍ରତି ସାବଧାନ ରହିବାକୁ TRAI କହିଛି ।

ଏକ୍ସ ପ୍ଲାଟଫର୍ମରେ TRAI ଏକ ପୋଷ୍ଟ କରି ଏଥିରେ ଏକ ପ୍ରେସ୍ ରିଲିଜ୍ ସେୟାର କରିଛି । TRAI ନାମରେ ହେଉଥିବା ଫ୍ରଡ ପ୍ରତି ସାବଧାନ ରହିବା ଲାଗି ଏହି ପ୍ରେସ୍ ରିଲିଜ୍ ସେୟାର କରାଯାଇଛି । ପ୍ରେସ୍ ରିଲିଜ୍‌ରେ କୁହାଯାଇଛି ଯେ, ସ୍କାମର୍ସ ନୀରିହ ଲୋକଙ୍କୁ ଚୁନ ଲଗାଇବା ଲାଗି ଓ ସେମାନଙ୍କ ନାମରେ ସିମ୍ ନେବାକୁ ଭୟଭୀତ କରାଉଛନ୍ତି ।

Get real time updates directly on you device, subscribe now.