fbpx
BSKY
BJD MC SKY
BJD YOUTH SKY

କାଠଯୋଡିରେ ବାଇକକୁ ଧକ୍କା ଦେଲା ଟ୍ରେନ୍; ଯୁବକ ନିଖୋଜ

କଟକ(ଓଡ଼ିଶା ଭାସ୍କର): କଟକରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି । ଟ୍ରେନ୍ ସହିତ ଧକ୍କା ପରେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣକ ଏକ ବାଇକରେ ଥିବା ବେଳେ ଟ୍ରେନ୍ ଧକ୍କାରେ କାଠଯୋଡି ନଦୀକୁ ଖସି ପଡିଥିଲେ । ଯୁବକଙ୍କ ଅନ୍ୟ ୩ ସାଥୀ ବର୍ତ୍ତି ଯାଇଥିବା ବେଳେ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ । ଯୁବକ ଜଣଙ୍କ କଟକ ଅଞ୍ଚଳର ସୁଜିତ ମହାନ୍ତି ବୋଲି ଜଣାପଡିଛି । ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.