fbpx

 ଗୁରୁବାରରୁ AIIMS- ଭୁବନେଶ୍ଵରରେ ଇକ୍‌ମୋ ଚିକିତ୍ସା

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଅପେକ୍ଷାର ଅନ୍ତ ହେଲା। ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହେବାକୁ ଯାଉଛି ଇକ୍‌ମୋ ଚିକିତ୍ସା ସେବା। ଗୁରୁବାରରୁ ଏମ୍ସ-ଭୁବନେଶ୍ଵରରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବ। ମହାମାରୀ କରୋନାର ଦ୍ୱିତୀୟ ଲହରରେ ଇକ୍‌ମୋ ଚିକିତ୍ସା ନିତାନ୍ତ ଆବଶ୍ୟକ ହୋଇପଡ଼ିଥିବାବେଳେ ଏଥିପାଇଁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା। ଏନେଇ ଦାବି ଜୋର୍‌ ଧରିବା ପରେ ପ୍ରଥମେ ଏମ୍ସକୁ ଏହି ଚିକିତ୍ସା ବ୍ୟବସ୍ଥା ସରକାର ଯୋଗାଇ ଦେଇଥିଲେ।

ଭୁବନେଶ୍ୱର ଏମ୍ସରେ ଇକ୍‌ମୋ ମେସିନର ସମସ୍ତ ପରୀକ୍ଷା ପରେ ସୁସ୍ଥାପିତ କରାଯାଇଛି। ଗୁରୁବାରଠାରୁ ସେବା ଆରମ୍ଭ ହେବ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି। ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ହୋଇଛି ଓ ରୋଗୀ ରାଜ୍ୟରେ ଚିକିତ୍ସା ପାଇପାରିବେ । ବ୍ୟୟବହୁଳ ଚିକିତ୍ସା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି। ଆଗକୁ କଟକ ବଡ଼ ମେଡିକାଲ୍‌ରେ ମଧ୍ୟ ଏଭଳି ଚିକିତ୍ସା ସେବା ମିଳିବାର ସମ୍ଭାବନା ରହିଛି।

Get real time updates directly on you device, subscribe now.