fbpx
BSKY
BJD MC SKY
BJD YOUTH SKY

ମନରେଗା କର୍ମୀଙ୍କୁ ଜୀଅନ୍ତା ଜାଳିଦେଲେ ସରପଞ୍ଚ

ହାଇଦ୍ରାବାଦ: ମନରେଗା କାମର ବିଲକୁ ନେଇ ଜଣେ ମନରେଗା ଅଧିକାରୀଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି ସରପଞ୍ଚ । ଏଭଳି ଲୋମହର୍ଷଣକାରୀ ଘଟଣା ତେଲେଙ୍ଗାନାରେ ଦେଖିବାକୁ ମିଳିଛି । ବି ରାଜୁ ନାମକ ଜନୈକ ମନରେଗା ଅଧିକାରୀଙ୍କୁ ମଙ୍ଗଳବାର ଜୀଅନ୍ତା ଜାଳି ଦେବାକୁ ଚେଷ୍ଟା କରିଥିଲେ । ରାଜୁଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତିର୍ କରାଯାଇଛି ।

ସାନ୍ଭିଲ ଗ୍ରାମର ଖୁବିର ମଣ୍ଡଳ ସରପଞ୍ଚ ଏଲ ସାଇନାଥ ତାଙ୍କୁ ପୋଡି ମାରିବାକୁ ଚେଷ୍ଟା କରିଥିବା ନେଇ ରାଜୁ ବୟାନ ଦେଇଛନ୍ତି । ମନରେଗା ବିଲକୁ ନେଇ ସାଇନାଥ ଓ ରାଜୁଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏକ ରାସ୍ତା ପ୍ରକଳ୍ପର ବିଲ୍ ପ୍ରଦାନ କରିବା ନେଇ ସାଇନାଥ ଦାବି କରୁଥିବା ବେଳେ ରାଜୁ ଏହାକୁ ଏଡାଇ ଚାଲିଥିବା ତଦନ୍ତକାରୀ ଅଫିସର କହିଛନ୍ତି । ମଙ୍ଗଳବାର ଉତକ୍ଷିପ୍ତ ଏଲ୍ ସାଇନାଥ ପେଟ୍ରୋଲ ଢାଳି ରାଜୁଙ୍କୁ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ରାଜୁଙ୍କ ଶରୀରର ୩୫ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.