fbpx
BSKY
BJD YOUTH SKY
BJD MS SKY

ସ୍କୁଲ ତଳୁ ମିଳିଲାଣି ୧୦୦୦ ଶିଶୁଙ୍କ କଙ୍କାଳ; ଆଗକୁ ଆହୁରି ବାହାରିବ

ନୂଆଦିଲ୍ଲୀ: ସ୍କୁଲ ପାଲଟିଛି ମଶାଣି । ମାସକରେ ଉଦ୍ଧାର ହୋଇଛି ୧୦୦୦ରୁ ଅଧିକ ଶିଶୁଙ୍କ କଙ୍କାଳ । କାନାଡାର ପେନାଲକଟ ଆଇଲାଣ୍ଡର ବିଭିନ୍ନ ସ୍କୁଲରୁ ଏହି କଙ୍କାଳ ଗୁଡିକ ଉଦ୍ଧାର କରାଯାଇଛି । ଏହି ଦ୍ୱୀପକୁ ପୂର୍ବରୁ ବ୍ରିଟିଶ କଲମ୍ବିଆର କୁପର ଆଇଲାଣ୍ଡ କୁହାଯାଉଥିଲା । ମିଳିଥିବା ଶିଶୁଙ୍କ ଡିଏନଏରୁ ସେମାନେ ସ୍ଥାନୀୟ ଶିଶୁ ବୋଲି ଜଣାପଡିଛି । ବୁଧବାର କୁପର ଆଇଲାଣ୍ଡର ଏକ ସ୍କୁଲ ତଳୁ ୧୬୦ ଶିଶୁଙ୍କ କଙ୍କାଳ ଉଦ୍ଧାର କରାଯାଇଛି ।

କାନାଡା ଯେଉଁ ସମୟରେ ଇଂଲଣ୍ଡ ଅଧୀନରେ ରହିଥିଲା ଏହି ସମସ୍ତ ଆବାସିକ ବିଦ୍ୟାଳୟରେ ପାଠ ପଢାଯାଉଥିଲା । ସେହି ସମୟରେ ପିଲା ମାନଙ୍କୁ ସେମାନଙ୍କ ପିତାମାତାଙ୍କ ନିକଟରୁ ଛଡାଇ ଅଣା ଯାଉଥିଲା । ୧୮୬୩ରୁ ୧୯୭୦ ପର୍ଯ୍ୟନ୍ତ ଏହି ସ୍କୁଲ ଗୁଡିକରେ ସରକାରୀ ଖର୍ଚ୍ଚରେ ପାଠ ପଢାଯାଉଥିଲା । ଏହି ସମସ୍ତ ସ୍କୁଲ ଗୁଡିକରେ ରହିଥିବା କବର ଗୁଡିକରୁ ବିପୁଳ ପରିମାଣରେ ଶିଶୁଙ୍କ କଙ୍କାଳ ମିଳୁଛି । ଏହି ଶିଶୁଙ୍କ ମଧ୍ୟରୁ ଅଧିକାଂଶ ୩ବର୍ଷରୁ କମ ଶିଶୁ ରହିଥିବା ଜଣା ପଡିଛି । ୧୮୬୩ରୁ ୧୯୯୮ ମଧ୍ୟରେ ପ୍ରାୟ ୧୩୦ କ୍ୟାଥଲିକ ଆବାସିକ ସ୍କୁଲ ଚାଲୁଥିବା ନେଇ ସୂଚନା ମିଳିଛି । ଏହି ସମୟ ମଧ୍ୟରେ ଦେଢ ଲକ୍ଷରୁ ୭-୧୫ ବର୍ଷ ବୟସର ଶିଶୁ ନିଖୋଜ ହୋଇଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.