fbpx
BJD
BJD SKY
BJD SKY

ଭୁବନେଶ୍ୱରକୁ ଆସୁନି ଟ୍ରେନ୍, କଣ ହୋଇଛି ଅସୁବିଧା?

ଓଡିଶା ଭାସ୍କର; ଭୁବନେଶ୍ୱରରେ ରେଳ ଚଳାଚଳ ଠପ୍ ହୋଇଥିବା ଦେଖିବାକୁ ମିଳିଛି । ପ୍ରାୟ ୪ ଘଣ୍ଟାରୁ ଉର୍ଦ୍ଧ ସମୟ ହେଲାଣି କୌଣସି ରେଳ ଆସୁନାହିଁ । ଫଳରେ ଭୁବନେଶ୍ୱର ରେଳ ଷ୍ଟେସନରେ ହଜାର ହଜାର ସଂଖ୍ୟାର ଯାତ୍ରୀଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଟ୍ରେନ ଟ୍ରାକ ମରାମତି ହେଉଥିବାରୁ ରେଳ ଚଳାଚଳ ବନ୍ଦ ରହିଥିବା ଜଣାପଡିଛି । ଆଜି ଅପରାହ୍ନ ୪ଟା ୩୦ ସମୟରୁ ଏହି ରେଳ ଚାଳନା ବନ୍ଦ ରହିଛି । ହେଲେ ଏ ନେଇ ଯାତ୍ରୀଙ୍କୁ ପୂର୍ବରୁ କୌଣସି ସୂଚନା ଦିଆଯାଇ ନାହିଁ । ଯାହାକୁ ନେଇ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଏଥିପାଇଁ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.