fbpx

୧୨ ମେ’ରୁ ଦେଶରେ ଗଡ଼ିବ ୧୫ଟି ଟ୍ରେନ୍

ନୂଆଦିଲ୍ଲୀ,୧୦/୫: ୧୨ ମେ’ରୁ ଦେଶରେ ଚାଲିବ ୧୫ଟି ଟ୍ରେନ୍‌ ।ଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଚାଲିବ ଟ୍ରେନ୍‌ । ଦିଲ୍ଲୀରୁ ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟନା, ବିଳାସପୁର, ରାଞ୍ଚି, ସିକନ୍ଦରାବାଦକୁ ଚାଲିବ ଟ୍ରେନ୍‌ । ସେହିପରି ଦିଲ୍ଲୀରୁ ବେଙ୍ଗଳୁରୁ, ଚେନ୍ନାଇ, ତ୍ରିଭେନ୍ଦ୍ରମ, ମଡ଼ଗାଓଁକୁ ଚାଲିବ ଟ୍ରେନ୍‌। ଏହା ସହ ଦିଲ୍ଲୀରୁ ଭୁବନେଶ୍ବର, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜମ୍ମୁତାଇକୁ ଚାଲିବ ଟ୍ରେନ୍‌। ଏନେଇ ଆସନ୍ତାକାଲି ଅପରାହ୍ଣ ୪ଟାରୁ କେବଳ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରି ପାରିବେ ଲୋକେ । ବର୍ତ୍ତମାନ ସମୟରେ କେବଳ ପ୍ରବାସୀଙ୍କ ପାଇଁ ଚାଲୁଛି ସ୍ବତନ୍ତ୍ର ଟ୍ରେନ୍‌।

Get real time updates directly on you device, subscribe now.