fbpx

ଜୁନ୍ ୧ରୁ ଚାଲିବାକୁ ଥିବା ୨୦୦ ଟ୍ରେନ ପାଇଁ ଆଜି ସକାଳ ୧୦ଟାରୁ ବୁକିଂ, ଦେଖନ୍ତୁ ପୁରା ଲିଷ୍ଟ ?

କରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଳ ବିଭାଗ ଏକ ବଡ ନିଷ୍ପତ୍ତି ନେଇଛି । ୧ ଜୁନରୁ ରେଳସେବା ଆଶିଂକ ମାତ୍ରାରେ ଆରମ୍ଭ ହେବାକୁ ଯାଉଛି । ସାରା ଦେଶରେ ରେଳର ୨୦୦ଟି ଯାତ୍ରୀବାହୀ ଟ୍ରେନ୍ ଗଡିବ, ଯାହା ପାଇଁ ଆଜିଠାରୁ ବୁକିଂ ଆରମ୍ଭ ହୋଇଯିବ । ଆଇଆରସିଟିସି ୱେବସାଇଟରେ ଆଜି ସକାଳ ୧୦ଟାରୁ ଯିକେଟ୍ ବୁକିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତକ୍ରାଳ ବା ପ୍ରିମିୟମ ଟିକେଟର ସୁବିଧା ରହିବ ନାହିଁ । ଟିକେଟ୍ କନଫର୍ମ ହେଲେ ହିଁ ପ୍ଲାଟଫର୍ମରେ ଏଣ୍ଟ୍ରି ମିଳିବ । ଜୁନ ୧ରୁ ଚାଲିବାକୁ ଥିବା ସମସ୍ତ ଟ୍ରେନ୍ ପାଇଁ ଅନଲାଇନ୍ ବୁକିଂ ହେବ । ତେବେ ଟ୍ରେନରେ କୌରସି ବି ଜେନେରାଲ କୋଚ୍ ରହିବ ନାହିଁ । ରେଲୱେ ମୁତାବକ, ଏହି ଟ୍ରେନ୍ ଗୁଡିକ ଏସି ଓ ନନ୍-ଏସି ପରି ଦୁଇ ପ୍ରକାରର କୋଚ୍ ରହିବ । ଯାତ୍ରାର ୩୦ ଦିନ ପୂର୍ବରୁ ହିଁ ଟ୍ରେନ୍ ପାଇଁ ଟିକେଟ୍ ବୁକିଂ କରିବାକୁ ପଡିବ ।

 

Get real time updates directly on you device, subscribe now.