fbpx
BSKY SKY
BSKY SKY

ଟ୍ରେନ୍ ଟ୍ରାଜେଡି ; ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ବିରାଟ କୋହଲି

BSKY

ନୂଆଦିଲ୍ଲୀ/ଭୁବନେଶ୍ୱର : ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କରୋମାଣ୍ଡଳ ଏକ୍ସପ୍ରେସର ୧୭ଟି କୋଚ୍ ଏବଂ ହାୱଡା-ବାଙ୍ଗାଲୁରୁ ସୁପର ଫାଷ୍ଟ ଏକ୍ସପ୍ରେସ ମଧ୍ୟରେ ମୁହାଁମୁହିଁ ଧକ୍କା ଗତ ୧୫ ବର୍ଷ ମଧ୍ୟରେ ଦେଶରେ ସବୁଠାରୁ ବଡ ରେଳ ଦୁର୍ଘଟଣା କହିଲେ କିଛି ଭୁଲ ହେବ ନାହିଁ । ଏଥିରେ ୨୮୮ ଲୋକ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରୁ ସମବେଦନାର ସୁଆ ଛୁଟିଛି ।

ବିଶିଷ୍ଟ କ୍ରୀଡାବିଦ୍ ବିରାଟ କୋହଲି ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳ ସହିତ ଇଂଲଣ୍ଡରେ ଅଛନ୍ତି । ଇଂଲଣ୍ଡରେ ଥାଇ ମଧ୍ୟ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଟ୍ୱୁଟ ମାଧମ୍ୟରେ ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ବିରାଟ କୋହଲି ।

ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂ ମଧ୍ୟ ଟ୍ୱିଟ୍ କରି ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

Get real time updates directly on you device, subscribe now.