fbpx
BJD
BJD SKY
BJD SKY

୨୦ ଫୁଟର ଅଜଗର ମୋଡ଼ିବାରୁ ଛେଳି ମୃତ : ଗାଁ ଲୋକ ଏହାକୁ ଦେଖି ଭାବିଲେ ଆନାକୋଣ୍ଡା

ମଧ୍ୟପ୍ରଦେଶ: ସାପ ମାନଙ୍କ ଭିତରୁ ଅଜଗର ଏବଂ ଆନାକୋଣ୍ଡା ଅଧିକ ବିପଜ୍ଜନକ ଅଟନ୍ତି । ଏମାନଙ୍କ ପାଖରେ ଗୋଟେ ମଣିଷକୁ ଗିଳିଦେବାର କ୍ଷମତା ରହିଥାଏ । ଶିବପୁରୀ ଜିଲ୍ଲାର କାଳି ପାହାଡ଼ ଗାଁରେ ପ୍ରଥମ ଥର ପାଇଁ ଏକ ବିଶାଳ ଅଜଗର ସାପ ଦେଖାଯାଇଥିଲା । ଏଥିଯୋଗୁଁ ଗାଁର ଲୋକ ମାନଙ୍କ ମଧ୍ୟରେ କୋଳାହଳର ବାତାବରଣ ସୃଷ୍ଟି ହୋଇଯାଇଥିଲା ।

ଶିବପୁରୀ ଜିଲ୍ଲାର ନରବର ତହସିଲ ଗ୍ରାମର ପଞ୍ଚାୟତ କାଳି ପାହାଡ଼ରେ ଅଚାନକ ୨୦ ଫୁଟ ଲମ୍ବାର ଏକ ଅଜଗର ଦେଖିବାକୁ ମିଳିଥିଲା । ସାପଟି ଏତେ ବଡ଼ ଥିଲା ଯେ ସେ ଗୋଟେ ଛେଳିକୁ ସହଜରେ ମାରିଦେଇଥିଲା । ଏହାର ସୂଚନା ନରୱାରର ପ୍ରସିଦ୍ଧ ସାପ ଉଦ୍ଧାରକାରୀ ସଲମନ ପଠାନଙ୍କୁ ତୁରନ୍ତ ଦିଆଯାଇଥିଲା । ସଲମନ ତୁରନ୍ତ ଗାଁରେ ପହଞ୍ଚି ଦେଢ ଘଣ୍ଟାର ଅପରେସନ ପରେ ଅଜଗରକୁ ସୁରକ୍ଷିତ ଭାବେ ଧରିଥିଲେ ।

ଅନ୍ୟପକ୍ଷରେ ପଠାନ କହିଥିଲେ ଯେ ଏହି ଅଜଗର ସାପଟି ୧୨ ବର୍ଷର ଛୋଟ ଛୁଆକୁ ମଧ୍ୟ ଗିଳି ଦେଇପାରିବ । ଗାଁର ଲୋକ ମାନେ ଏତେ ବଡ଼ ସାପ ପ୍ରଥମ ଥର ପାଇଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଶ୍ଚର୍ଯ୍ୟ ହୋଇ ସେମାନେ ଅଜଗର ସାପକୁ ଆନାକୋଣ୍ଡା ସାପ ବୋଲି କହିଥିଲେ । ସାପକୁ ଧରି ସାରିବା ପରେ ଗାଁ ଲୋକ ମାନେ ଦୀର୍ଘ ନିଃଶ୍ୱାସ ନେବା ସହିତ ପଠାନକୁ ଧନ୍ୟବାଦ କହିଥିଲେ ।

Get real time updates directly on you device, subscribe now.