fbpx
BSKY SKY
BSKY SKY

ବାଲେଶ୍ୱର ବାହାନଗାରେ ସ୍ଥିତି ଅନୁଧ୍ୟାନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

BSKY

ନୂଆଦିଲ୍ଲୀ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା । ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରୁ ଏ ନେଇ ଶୋକ ସମ୍ବାଦ ପହଞ୍ôଚବାରେ ଲାଗିଛି । ଇତି ମଧ୍ୟରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଯାଇଛି । ଏବେ ଦୁର୍ଘଟଣା ସ୍ଥଳରେ ପହଞ୍ôଚଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଘଟଣା ସ୍ଥଳରେ ପହଞ୍ôଚ ସେ ଘଟଣାର ଅନୁଧ୍ୟାନ କରୁଛନ୍ତି । ହେଲିକପଟରରେ ଆକାଶ ମାର୍ଗରୁ ମମତା ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ।

ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଯାଇଛି । ବାହାନଗା ଷ୍ଟେସନ ନିକଟରେ କରୋମାଣ୍ଡେଲ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮୮ ଛୁଇଁଛି । କିନ୍ତୁ ଏହା ଦେଶର ପ୍ରଥମ ବଡ଼ ଟ୍ରେନ୍ ଦୁର୍ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଭାରତରେ ଅନେକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି।

Get real time updates directly on you device, subscribe now.