fbpx
BSKY
BJD SHG SKY
BJD YOUTH SKY

SI ଓ ASI ସ୍ତରରେ ଅଦଳବଦଳ : ୪୯ ଏସ୍‌ଆଇ, ୩୪ ଏଏସ୍‌ଆଇଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର : ଓଡ଼ିଶା ପୋଲିସ ପକ୍ଷରୁ ଆଜି ସବ୍ ଇନ୍‌ସପେକ୍ଟର ଓ ଆସିଣ୍ଟାଣ୍ଟ୍‌ ସବ୍ ଇନ୍‌ସପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି । ଏହି ପ୍ରକ୍ରିୟାରେ ୪୯ଜଣ ଏସ୍‌ଆଇ ଓ ୩୨ ଜଣ ଏଏସ୍‌ଆଇଙ୍କର ବଦଳି କରାଯାଇଛି । ଏସଆଇ ଅଶୋକ କୁମାର ଦାସଙ୍କର ପୁରୀରୁ ଭୁବନେଶ୍ବର, ବାସୁଦେବ ଜୟସିଂହ ବାଲେଶ୍ବରରୁ ଖୋର୍ଦ୍ଧା, ବାବାଜି ଚରଣ କୁଅଁର କମିସନରେଟ ପୁଲିସରୁ କୋରାପୁଟ, ସୋମନାଥ ଦଳବେହେରା ମାଲକାନଗିରିରୁ ରାୟଗଡ଼ା, ରଶ୍ମିତା ନାୟକ କଟକରୁ କମିସନ୍‌ରେଟ୍ ପୁଲିସ, ସଂଜୟ କୁମାର ଜେନା କମିସନ୍‌ରେଟ୍‌ ପୁଲିସରୁ ଖୋର୍ଦ୍ଧା, ତୁଷାର ରଂଜନ ନାୟକ କମିସନରେଟ୍‌ରୁ ମୟୁରଭଞ୍ଜ, ବିଜୟ ଜେନା ଖୋର୍ଦ୍ଧାରୁ ଭୁବନେଶ୍ବର, ପଞ୍ଚାନନ ଗୋଛାୟତ ଜଗତସିଂହପୁରରୁ ଭୁବନେଶ୍ବର( ‌ସ୍ପେଶାଲ୍‌ ବ୍ରାଞ୍ଚ), କରନ ମାରାଣ୍ଡି ଜିଆରପି କଟକରୁ ବାଲେଶ୍ବରକୁ ଟ୍ରାନ୍ସଫର କରାଯାଇଛି ।

ରାଜେଶ କୁମାର ସେଠୀ ମାଲକାନଗିରିରୁ ଭଦ୍ରକ, ମାନସ ମିଶ୍ର କଟକରୁ ଅନୁଗୁଳ, ଦେବାଶିଷ ଶତପଥୀ ମୟୁରଭଞ୍ଜରୁ ଯାଜପୁର, ଜିତେନ୍ଦ୍ର ନାୟକ ଭଦ୍ରକରୁ ନୂ୍ଆପଡା, ସୁଜାତା ମଲ୍ଲିକ ବା‌ଲେଶ୍ବରରୁ ସମ୍ବଲପୁର, ସେଖ୍ ମୁଜିବୁର ରହେମାନ ମୟୁରଭଞ୍ଜରୁ କଟକ, ଅଭୟ କୁମାର ନାୟକ ପୁଲିସ କମିସନରେଟରୁ ଯାଜପୁର, ରବୀନ୍ଦ୍ର ନାଥ ପାତ୍ର ପୁଲିସ କମିସନରେଟରୁ ରାଉରକେଲା, ପ୍ରଫୁଲ୍ଲ ବାରିକ ମୟୁରଭଞ୍ଜରୁ ପୁରୀ, ବିନୟଭୂଷଣ ବେହେରା ଖୋର୍ଦ୍ଧାରୁ ଭୁବନେଶ୍ବର, ଜନ୍ମେଜୟ କହଁର କେନ୍ଦୁଝରରୁ ସ୍ପେଶାଲବ୍ରାଞ୍ଚ୍ ଭୁବନେଶ୍ବର, ରାଜେଶ କୁମାର ସେଠୀ ଯାଜପୁରରୁ କମିସନରେଟ୍ ପୁଲିସ, କୃଷ୍ଣଚନ୍ଦ୍ର ଗୌଡ କନ୍ଧମାଳରୁ‌ ସ୍ପେଶାଲବ୍ରାଞ୍ଚ ଭୁବନେଶ୍ବର, ଘନଶ୍ୟାମ ‌ହେସା ଯାଜପୁରରୁ ସ୍ପେଶାଲବ୍ରାଞ୍ଚ ଭୁବନେଶ୍ବର, ଅଞ୍ଜଳି ମଲ୍ଲିକ ଖୋର୍ଦ୍ଧାରୁ ସ୍ପେଶାଲବ୍ରାଞ୍ଚ୍ ଭୁବନେଶ୍ବର, ଶ୍ରଦ୍ଧାଞ୍ଜଳି ସେନାପତି ଗଂଜାମରୁ କଟକ, ଦୀପକ କୁମାର ସାହୁ କଟକରୁ ଏସଟିଏଫ୍ ଭୁବନେଶ୍ବରକୁ ବଦଳି କରାଯାଇଛି।

ସେହିପରି ଅଲେଖ କୁମାର ଜେନା କଟକରୁ ଭୁବନେଶ୍ବର, ସଦାଶିବ ଧୀର କଟକରୁ ଯାଜପୁର, ଦେବେନ୍ଦ୍ରନାଥ ବେ‌ହେରା ରାଉରକେଲାରୁ ଦେବଗଡ଼, ଆରତି ପୋଦାର ଗଂଜାମରୁ ଜିଆରପି କଟକ, ଅରୁଣ କୁମାର ମହାପାତ୍ର ଗଂଜାମରୁ ସ୍ପେଶାଲବ୍ରାଞ୍ଚ୍‌ ଭୁବନେଶ୍ବର, ପ୍ରକାଶ ଚନ୍ଦ୍ର ପଣ୍ଡା ମୟୁରଭଞ୍ଜରୁ କେନ୍ଦୁଝର, ଧ୍ରୁବଚରଣ ନାୟକ ନବରଙ୍ଗପୁରରୁ କଳାହାଣ୍ଡି, ବୁଦ୍ଧନାଥ ବେ‌ହେରା ସୁନ୍ଦରଗଡ଼ରୁ କଟକ, ଭବାନୀଶଙ୍କର ବାଦି କଳାହାଣ୍ଡିରୁ ସୁନ୍ଦରଗଡ଼, ଗୋଲବଦନ ମାଝି ଦେବଗଡ଼ରୁ ସୁନ୍ଦରଗଡ଼, ମନୋରଂଜନ ଦାସ ଭଦ୍ରକରୁ ବାଲେଶ୍ବର, ଦିନେଶ କୁମାର ପଟ୍ଟା ଜଗତସିଂହପୁରରୁ ସୁନ୍ଦରଗଡ଼, ବଂଶୀଧର ପ୍ରଧାନ ବାଲେଶ୍ବରରୁ କେନ୍ଦ୍ରାପଡା, ମନୋଜ କୁମାର ପଣ୍ଡା ଯାଜପୁରରୁ ଢେଙ୍କାନାଳ, ମନୋରଂଜନ ଦାସ ଯାଜପୁରରୁ ବାଲେଶ୍ବର, ସନତ କୁମାର ରଣା ସୁନ୍ଦରଗଡରୁ ଦେବଗଡ଼, ସଂଗ୍ରାମକେଶରୀ ପାଇକରାୟ ମାଲକାନଗିରିରୁ ଖୋର୍ଦ୍ଧା, ବ୍ରହ୍ମାନନ୍ଦ ପଣ୍ଡା ଅନୁଗୁଳରୁ ଜଗତସିଂହପୁର, ଅବଦୁଲ ୱାସିମ ଖାନ ଅନୁଗୁଳରୁ ଏସଟିଏଫ୍ ଭୁବନେଶ୍ବର, ସୌମ୍ୟରଂଜନ ନାଥ ଏସଓଜି ଭୁବନେଶ୍ବରରୁ ଯାଜପୁରକୁ ବଦଳି ହୋଇଛନ୍ତି।

Get real time updates directly on you device, subscribe now.