fbpx

ଆଜିଠୁ ଧର୍ମଘଟକୁ ଓହ୍ଲାଇବେ ପରିବହନ ଶ୍ରମିକ: Hit And Run ଆଇନକୁ ବିରୋଧ କରି ଆନ୍ଦୋଳନ

ଭୁବନେଶ୍ୱର: ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଉଛି ରାଜ୍ୟ ପରିବହନ ଶ୍ରମିକ ସଂଘ । ରାଜ୍ୟବ୍ୟାପୀ ଧର୍ମଘଟ କରିବେ ପରିବହନ ଶ୍ରମିକ ସଂଘର ସଦସ୍ୟ । ନୂଆ ହିଟ ଆଣ୍ଡ ରନ୍ ଆଇନକୁ ପ୍ରତ୍ୟାହାର ଦାବିରେ ଧର୍ମଘଟ କରୁଛି ଓଡ଼ିଶା ପରିବହନ ଶ୍ରମିକ ସଂଘ । ଡ୍ରାଇଭର ସଂଘର ଆନ୍ଦୋଳନ ପରେ ପରିବହନ ଶ୍ରମିକ ସଂଘ ମଧ୍ୟ ଧର୍ମଘଟକୁ ଓହ୍ଲାଇଛି । ଫଳରେ ସାଧାରଣ ଜନତାଙ୍କ ଉପରେ ପରୋକ୍ଷ ଭାବରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ତେବେ ଏହି ଧର୍ମଘଟରେ ରାଜ୍ୟର ଟ୍ରକ ମାଲିକ ସଂଘ ସାମିଲ ହେବନାହିଁ ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.