fbpx

ଆସିଲା ୫୫ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

Advertisement

ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଚିହ୍ନଟ ହୋଇଥିବା ୫୫ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଆସିଛି । ସେ ୭,୮,୨୨ ଓ ୩୯ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡ଼ିଛି । ୨୨ମାର୍ଚ୍ଚରୁ ୧୨ଏପ୍ରିଲ ଯାଏଁ ବମିଖାଲ ଅଞ୍ଚଳରେ ରହିଥିଲେ । ୧୩ଏପ୍ରିଲରେ ସମ୍ପୃକ୍ତ ବ୍ୟକ୍ତିଙ୍କର ନମୁନା କରୋନା ପଜିଟିଭ୍ ଆସିଛି ।
ରାଜ୍ୟରେ ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ବୟସ ୩୫ବର୍ଷ ବୋଲି ଜଣାପଡ଼ିଛି । ସେ ଭୁବନେଶ୍ୱର ସ୍ଥିତ ବମିଖାଲ ଅଞ୍ଚଳର ବୋଲି ମଧ୍ୟ ସୂଚନା ମିଳିଛି । ସେ ବମିଖାଲରୁ ପୂର୍ବରୁ ଚିହ୍ନଟ ୪ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଏନେଇ ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ।

Get real time updates directly on you device, subscribe now.