fbpx
BJD
BJD SKY
BJD SKY

୩୫୦ ବର୍ଷରୁ ଖୋଜୁଥିଲେ ଖଜାନା, ଏବେ ମିଳିଲା: ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

BJD

କୁହାଯାଏ ସମୁଦ୍ର ନିଜ ଭିତରେ ଧରି ରଖିଛି ଅନେକ ରହସ୍ୟ । ଯାହା ଆଜିବି ଉନ୍ମୋଚନ ହୋଇପାରିନାହଁ । ତେବେ ବର୍ତ୍ତମାନ ଏହି ସମୁଦ୍ରକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ସମୁଦ୍ର ଭିତରେ ବୁଡ଼ି ରହିଥିବା ୩୫୦ ବର୍ଷ ତଳର ମଲ୍ୟବାନ୍, ସୁନା ଅଳଙ୍କାର ଏବଂ ଅନେକ ମୂଲ୍ୟବାନ ଧାତୁ ଖୋଜ୍ କରିଛନ୍ତି ବିଶେଷଜ୍ଞ ।

ପ୍ରକୃତରେ ୧୬୫୬ ରେ ପ୍ରଚୁର ଧନ ଅଳଙ୍କାର ନେଇ ଯାଉଥିବା ସ୍ପେନର ଏକ ଜାହାଜ ବୁଡ଼ିଯାଇଥିଲା । ଆଉ ପ୍ରାୟ ୩୫୦  ବର୍ଷ ପରେ ଏହି ଜାହାଜର ଅବଶେଷ ମିଳିଛି । ଜାହାଜରେ ଅବଶେଷରେ ମୂଲ୍ୟବାନ ହୀରା ରତ୍ନ ସହ ଅଳଙ୍କାର ମିଳିଛି । ସ୍ପେନର ନ୍ୟୁଏସଟ୍ରା ସେନୋରା ଡେ ଲାସ ନାମକ ଏହି ଜାହାଜ ୧୬୫୬ ରେ ଲିଟିଲ ବହମାସର ପଶ୍ଚିମ ତଟରେ ବୁଡ଼ିଯାଇଥିଲା । ଏହି ଜାହାଜର ଭଗ୍ନାବଶେଷ ୧୩ କିଲୋମିଟରରୁ ଅଧିକ ଅଞ୍ଚଳରେ ବିଛେଇ ହୋଇପଡ଼ିଥିଲା ।

ବୁଡ଼ି ଯାଇଥିବା ଏହି ଜାହାଜର ଖୋଜ୍ କରିବା ପାଇଁ ବହାମାସ ସରକାର ଏଲେନ ଏକ୍ସପ୍ଲୋରେସନକୁ ଲାଇସେନ୍ସ ଦେଇଥିଲେ । ବହାମା ଏବଂ ଆମେରିକାର ସବମରିନ୍ ଏବଂ ବୁଡ଼ାଳୀ ଏହି ଏହି ଜାହାଜକୁ ଖୋଜିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ଭଗ୍ନାବଶେଷରେ ମିଳିଥିବା ଖଜାନାରେ ଅନେକ ମୂଲ୍ୟବାନ୍ ସୁନା ଚେନ୍, ମୂଲ୍ୟବାନ୍ ପଥର, ମୂଲ୍ୟବାନ ମୋତି ଭଳି ଆହୁରି ଅନେକ ମୂଲ୍ୟବାନ ଅଳଙ୍କାର ରହିଛି ।

ଏହି ଖୋଜ୍ ଅଭିଯାନକୁ ନେଇ ରେକୱାଚ୍ ପତ୍ରିକାର ସମ୍ପାଦକ ଏବଂ ବ୍ରିଟେନ୍ ର ସାମୁଦ୍ରିକ ପୁରାତତ୍ୱବିତ୍ ଡା.ସନ୍ କିଙ୍ଗସ୍ଲେ କହିଛନ୍ତି ଯେ ୩୫୦ ବର୍ଷ ପରେ ଜାହାଜର ଭଗ୍ନାବଶେଷ ମିଳିବା ଚମତ୍କାର ଭଳି । ଏହା ଏକ ସଫଳ ପୂରାତତ୍ତ୍ୱ ଅଭିଯାନ ।

ସୂଚନାଯୋଗ୍ୟ, ଏହି ଜାହାଜର ଆମେରିକାରୁ ସ୍ପେନ ଯାଉଥିଲା । ଜାହାଜରେ ଖଜାନା ଭରିରହିଥିଲା ୪ ଜାନୁଆରୀ ୧୬୫୬ ରେ ମଧ୍ୟରାତ୍ରୀରେ ଦିଗ ନିର୍ଦ୍ଧାରଣରେ ତ୍ରୁଟି ଯୋଗୁଁ ପଥରରେ ପିଟି ହୋଇ ବୁଡ଼ି ଯାଇଥିଲା । ଜାହାଜରେ ୬୫୦ ଜଣ ରହିଥିଲେ । ଯେଉଁଥିରୁ ମାତ୍ର ୪୫ ଜଣ ବଞ୍ଚିଥିଲେ, ଏମିତିକି ଅନେକଙ୍କୁ ସାର୍କ ଖାଇଦେଇଥିଲେ ।

Get real time updates directly on you device, subscribe now.