fbpx
BSKY SKY
BSKY SKY

SAHARA Indiaର ୧୩ କୋଟି ନିବେଶଙ୍କ ପାଇଁ ବଡ଼ ଖବର: କେବେ ମିଳିବ ଅର୍ଥ, ଲୋକସଭାରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

BSKY

ନୂଆଦିଲ୍ଲୀ: ଯଦି ଆପଣଙ୍କର ଅର୍ଥ ସାହାରା ଇଣ୍ଡିଆ କମ୍ପାନୀରେ ଫସି ରହିଛି, ତେବେ ଏନେଇ ଏକ ଖୁସି ଖବର ଆସିଛି । ସାହାରା ଇଣ୍ଡିଆର ନିବେଶକଙ୍କ ମନି ରିଫଣ୍ଡ ନେଇ କେନ୍ଦ୍ର ସରକାର ଲୋକସଭାରେ ସୂଚନା ଦେଇଛନ୍ତି । ସାହାରା ଗ୍ରୁପର ବିଭିନ୍ନ ୟୁନିଟରେ ୧୩ କୋଟି ନିବେଶକଙ୍କ ୧.୧୨ ଲକ୍ଷ କୋଟି ଫସି ରହିଛି । ନିବେଶକମାନେ ସେମାନଙ୍କର ଅର୍ଥ କେବେ ରିଫଣ୍ଡ ପାଇବେ ସେନେଇ ଗୃହରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧରୀ ସୂଚନା ଦେଇଛନ୍ତି ।

ଏକ ଲିଖିତ ପ୍ରଶ୍ନର ଜବାବରେ ଶ୍ରୀ ଚୌଧରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଆଦେଶ ଓ ସାହାରା ମାମଲାରେ ଶୀର୍ଷ ଅଦାଲତଙ୍କ ଦ୍ୱାରା ନିଯୁକ୍ତ ହୋଇଥିବ ନ୍ୟାୟମୂର୍ତ୍ତୀ ବିଏନ ଅଗ୍ରୱାଲଙ୍କ ପରାମର୍ଶ ପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଅନେକ ବିଜ୍ଞାପନ ମାଧ୍ୟମର ନିବେଶକଙ୍କୁ ଅର୍ଥ ଫେରସ୍ତ ନେଇ ଅବଗତ କରାଯାଇଛି । ସାହାରାର ଏକାଧିକ ୟୁନିଟରେ ପାଖାପାଖି ୧୩ କୋଟି ନିବେଶକଙ୍କ ୧.୧୨ ଲକ୍ଷ କୋଟି ଟଙ୍କା ଫସି ରହିଛି । ସାହାରା ପାଖାପାଖି ୧୫,୫୦୬ କୋଟି ଟଙ୍କା ‘ସେବି-ସାହାରା ରିଫଣ୍ଡ’ ଆକାଉଣ୍ଟରେ ଡିପୋଜିଟ୍ କରିସାରିଛି ।

ପୂର୍ବରୁ ସେବି ପକ୍ଷରୁ ସାହାରା ଗ୍ରୁପର ଦୁଇ କମ୍ପାନୀ ସହ ସୁବ୍ରତ ରାୟ ଓ ଅନ୍ୟ ୩ ଜଣଙ୍କ ଉପରେ ୧୨ କୋଟିର ଜରିମାନା ଲାଗୁ ହୋଇଥିଲା । ୨୦୦୮ ଓ ୨୦୦୯ର ଏକ ନିୟମ ଉଲ୍ଲଂଘନକୁ ନେଇ ଏହି ଜରିମାନା କରାଯାଇଥିଲା । ଚଳିତ ବର୍ଷ ସାହାରା ଇଣ୍ଡିଆର ନିବେଶକମାନେ ଭିନ୍ନ ଭିନ୍ନ ସ୍ଥାନରେ ନିଜର ଅର୍ଥ ରିଫଣ୍ଡ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦେଶର କୋଟି କୋଟି ଲୋକ ସାହାରା ଅର୍ଥ ଫେରସ୍ତକୁ ନେଇ ଚିନ୍ତାରେ ରହିଛନ୍ତି ।

Get real time updates directly on you device, subscribe now.