fbpx
BJD SKY
BJD SKY

ଲନ ବଲ୍ସରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ: ମହିଳା ଟିମ ରଚିଲେ ଇତିହାସ

BJD

ନୂଆଦିଲ୍ଲୀ: କମନୱେଲଥ ଗେମ୍-୨୦୨୨ରେ ଇତିହାସ ରଚିଛଇ ଭାରତୀୟ ମହିଳା ଲନ ବଲ୍ସ ଟିମ । ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ହାସଲ କରିଛି ଐତିହାସିକ ସ୍ୱର୍ଣ୍ଣ ପଦକ । ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରି ଗୋଲ୍ଡ ମେଡାଲ ହାସଲ କରିବାରେ ସଫଳ ହୋଇଛି ।

ମ୍ୟାଚର ଗୋଟିଏ ସମୟରେ ଭାରତୀୟ ଦଳ ୮-୨ରେ ଆଗୁଆ ଥିବା ବେଳେ ଥାବେଲୋ ମୁହାଙ୍ଗୋ(ଲିଡ), ବ୍ରିଗେଟ କାଲିଜ(ସେକେଣ୍ଡ), ଏସ୍ମି କ୍ରଗର(ଥାର୍ଡ), ଏବଂ ଜୋହାନା ସ୍ନିମେନ(ସ୍କିପ) ଏହାକୁ ୮-୮ରେ ବରାବର କରିଥିଲେ । ତେବେ ଭାରତୀୟ ଦଳ ଧୈର୍ଯ୍ୟର ସହ ଶେଷ ୩ଟି ପର୍ଯ୍ୟାୟରେ ନିଜ ଦବଦବା ଜାରି ରଖିଥିଲା । ଏବଂ ଶେଷରେ ଏହି ମ୍ୟାଚକୁ ୧୭-୧୦ରେ ନିଜର କରିଛି ଟିମ ଇଣ୍ଡିଆ ।

ଲଭଲି ଚୌବେ, ପିଙ୍କି, ନୟନମୋନୀ ସେକିୟା ଏବଂ ରୂପା ରାଣୀ ତିର୍କୀଙ୍କୁ ନେଇ ସୁସଜ୍ଜିତ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଉପରେ ବିଜୟ ହାସଲ କରିଛି । ଏଥିସହିତ କମନୱେଲଥ ଗେମ-୨୦୨୨ର ଦଶମ ପଦକ ତଥା ଚତୁର୍ଥ ସ୍ପର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛି ଏହି ଭାରତୀୟ ମହିଳା ଲନ ବଲ୍ସ ଟିମ୍ ।

Get real time updates directly on you device, subscribe now.