ଚଳନ୍ତା ବସ୍ ଉପରେ ପଡ଼ିଗଲା ଗଛ, ୫ ମୃତ, ଫଶି ଯାଇଥିବା ମହିଳା କହିଲେ- ଜୀବନ ବଞ୍ଚାଇବା ଆଗ, ଆପଣ ଭିଡିଓ କରୁଛନ୍ତି..
ବସ୍ ଦୁର୍ଘଟଣାରେ ଫଶିଥିବା ମହିଳା ଭିଡିଓ କରୁଥିବା ଲୋକଙ୍କୁ ଶୁଣାଇଲେ ଏହି କଥା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାବଂକୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଯାତ୍ରୀବାହୀ ଚଳନ୍ତା ବସ୍ ଉପରେ ଏକ ଗଛ ପଡ଼ିଯାଇଛି। ସୂଚନାଯୋଗ୍ୟ ଯେ, ଏଠାରେ ପ୍ରବଳ ବର୍ଷା ଜାରି ରହିଛି।
ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ-ପ୍ରଶାସନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଏହି ସମୟରେ ବସରେ ଫଶିଯାଇଥିବା ମହିଳା ଜଣକ କହିଛନ୍ତି ଯେ, ଏଠାରେ ଜୀବନର ପ୍ରଶ୍ନ ଉଠୁଛି ଏବଂ ଆପଣମାନେ ଭିଡିଓ କରୁଛନ୍ତି। ଯଦି ଆସି ଗଛର ଡାଳ ଗାଡ଼ି ଉପରୁ ହଟାନ୍ତି, ତେବେ ଆମେ ବାହାରକୁ ବାହାରି ପାରିବୁ। ଏହାପରେ ଭିଡିଓ ସୁଟ କରୁଥିବା ଯୁବକଙ୍କୁ ସମସ୍ତେ ସେହିଠାରୁ ହଟାଇ ଦେଇଛନ୍ତି।
ସୂଚନା ମୁତାବକ, ବାରାବଂକୀ-ହାଇଦରଗଡ଼ ରାସ୍ତାରେ ହରଖ ରାଜା ବଜାର ପାଖରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ଯାତ୍ରୀବାହୀ ଚଳନ୍ତା ବସ ଉପରେ ଗଛ ପଡ଼ିଯାଇଥିଲା। ବସରେ ଫଶିଯାଇଥିବା ଯାତ୍ରୀ ବାହାରକୁ ବାହାରିବା ଲାଗି ବସ୍ ଝରକାର କାଚକୁ ଭାଙ୍ଗିଥିଲେ।