fbpx

ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ସ୍ଥିର ହେବେ ନୂଆ ନେତା

ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଶନିବାର ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇଛନ୍ତି । ନିକଟରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । କୁହାଯାଉଛି ଯେ ପାର୍ଟୀ ନେତୃତ୍ୱଙ୍କ ଇଶାରାରେ ବିପ୍ଲବ କୁମାର ଇସ୍ତଫା ଦେଇଛନ୍ତି ।

ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ତାଙ୍କ ପାଇଁ ଦଳର ନିଷ୍ପତ୍ତି ସର୍ବୋପରି । ହାଇକମାଣ୍ଡଙ୍କ କହିବାନୁସାରେ ସେ ଦଳ ଛାଡ଼ିଛନ୍ତି । ଏବେ ସେ ଦଳରେ ଜଣେ ଶୃଙ୍ଖଳିତ ସିପାହୀ ଭଳି କାମ କରିବେ ।

ବିପ୍ଲବ ଦେବଙ୍କୁ ନେଇ ଦଳ ନାରାଜ ରହିଥିଲା । ଦୁଇ ବିଧାୟକ ଦଳ ଛାଡ଼ିଥିଲେ । ବିଧାନସଭା ନିର୍ବାଚନ ରଣନୀତିକୁ ନେଇ ବିଜେପି କୌଣସି ରିସ୍କ ନେବାକୁ ଚାହୁନାହିଁ । ସୂଚନାଯୋଗ୍ୟ, ଆସନ୍ତା ବର୍ଷ ୨୦୨୩ ରେ ରାଜ୍ୟରେ ନିର୍ବାଚନ ହେବ ।

ସେପଟେ ବିପ୍ଲବଙ୍କ ଇସ୍ତଫା ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଭାଜପା ମନ୍ଥନ କରୁଛି । ରାଜଧାନୀ ଅଗରତାଲାରେ ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲଗାଇବା ପାଇଁ ସନ୍ଧ୍ୟା ୫ ଟାରେ ବିଧାୟକଙ୍କ ବୈଠକ ଡକାଯାଇଛି ।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏମିତିରେ କୁହାଯାଉଛି ଯେ ନିର୍ବାଚନ ପୂର୍ବରୁ ଭାଜପା ପାର୍ଟୀକୁ ମଜବୁତ କରିବା ପାଇଁ ନୂଆ ଚେହେରାଙ୍କୁ ରାଜ୍ୟର ଶାସନ ଭାର ଦେବା ପାଇଁ ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.