fbpx

ସୋରଡ଼ା ନିକଟରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା: ବାଇକ୍ ଚାଳକ ମୃତ, ଅନ୍ୟ ଜଣେ ଗୁରୁତର

ସୋରଡା (ଭାସ୍କର ନ୍ୟୁଜ୍‌): ଟ୍ରକ ବାଇକ୍ ମୁହାଁମୁହିଁ ଧକ୍କା । ଜଣକ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ଥିବା ସୂଚନା । ମୃତକ ଜଣକ ହେଲେ ମୟାଙ୍ଗୀ ଗ୍ରାମର ଜିଲୁ ସ୍ୱାଇଁ । ଘଟଣା ସ୍ଥଳରେ ସୋରଡା ପୋଲିସ ଓ ଅଗ୍ନିସମ ବିଭାଗ ପହଞ୍ଚି ମୃତକଙ୍କ ଶବ ଜବତ କରି ଆହତ ନଣ୍ଡା ସ୍ୱାଇଁଙ୍କୁ ଆମ୍ବୁଲାନ୍ସ ଯୋଗେ ସୋରଡା ମେଡ଼ିକାଲକୁ ସ୍ଥାନାନ୍ତର କରିଛି ।

ସୂଚନା ମୁତାବକ ସୋରଡାରୁ ଆସୁର ବନ୍ଧ ଅଭିମୁଖେ ଯାଉଥିବା ଏକ ଟ୍ରକ ବି ରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥବା ବେଳେ ଅନ୍ୟ ଜଣକ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ବେଳେ ସ୍ଥାନୀୟ ଲୋକେ ଟ୍ରକଟିକୁ କାବୁ କରି ସୋରଡା ଥାନାକୁ ଜଣାଇଥିଲେ । ଫଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.