fbpx

ଏବେ PF ଆକାଉଣ୍ଟରୁ ମାତ୍ର ୧ ଘଣ୍ଟାରେ ବାହାର କରିପାରିବେ ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଜଣେ ଚାକିରୀ କରୁଥିବା ବ୍ୟକ୍ତି ପିଏଫ୍ ଟଙ୍କାକୁ ଅସୁବିଧା ସମୟରେ ବାହାର କରିବା ଦରକାର ବୋଲି ବିଶେଷଜ୍ଞ ମାନେ କୁହନ୍ତି । ଇପିଏଫଓ ପକ୍ଷରୁ ଅନଲାଇନ୍ ରେ ଟଙ୍କା ବାହାର କରିବା ସୁବିଧା ଆରମ୍ଭ ହେବା ପରେ ଲୋକଙ୍କୁ ଟଙ୍କା ଉଠାଇବା ଖୁବ୍ ସହଜ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନେକ ଥର ଏପରି ପରିସ୍ଥିତି ସୃଷ୍ଟି ହୁଏ ଯେଉଁଠାରେ ଆପଣଙ୍କୁ ଅଚାନକ ଟଙ୍କା ଆବଶ୍ୟକତା ପଡ଼ିପାରେ । ଏହି ସମୟରେ ପିଏଫ୍ ଟଙ୍କାର ସବୁଠାରୁ ଅଧିକ ଆବଶ୍ୟକତା ପଡ଼ିଥାଏ ।

ଦେଶର ଅଧିକାଂଶ ରାଜ୍ୟରେ କରୋନା ମାମଲା ବଢ଼ୁଥିବାରୁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ପିଏଫ୍ ଟଙ୍କା ବାହାର କରିବାକୁ ୩ ଦିନ ସମୟ ଲାଗୁଥିଲା । ହେଲେ ଏବେ ଆଉ ୩ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ପିଏଫ୍ ଆକାଉଣ୍ଟ୍ ହୋଲ୍ଡର୍ସ ମାନେ ଅନଲାଇନ୍ ରେ ଆବେଦନ କରିବାର ଏକ ଘଣ୍ଟା ମଧ୍ୟ ମଧ୍ୟରେ ଟଙ୍କା ଆସିଯିବ । ଏହା ଅଧୀନରେ ଆପଣ ମାନେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ବାହାର କରିପାରିବେ ।

ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟଗତ ସମସ୍ୟା ବା ମେଡିକାଲ୍ ଏମର୍ଜେନ୍ସି ସମୟରେ ଟଙ୍କା ଉଠାଇବାର ସୁବିଧା ଦିଆଯାଉଛି । ଏହି ସୁବିଧାରେ ଯଦି କୌଣସି କରୋନା ରୋଗୀ ପାଇଁ ଚିକିତ୍ସା ପାଇଁ ଟଙ୍କା ନଥାଏ ତେବେ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଯାଇପାରିବ । ମାତ୍ର ୧ ଘଣ୍ଟା ମଧ୍ୟରେ ଟଙ୍କା ଆପଣଙ୍କ ଖାତାକୁ ଚାଲିଆସିବ ।

ତେବେ ଏହାର ପ୍ରକ୍ରିୟା ଜାଣନ୍ତୁ ।

୧. ପ୍ରଥମରେ ପିଏଫ୍ ର ଅଫିସିଆଲ୍ ୱେବସାଇଟ୍ www.epfindia.gov.in କୁ ଯାଆନ୍ତୁ ।

୨. ସ୍କ୍ରିନରେ ଥିବା ପିଏଫ୍ ଆଡଭାନ୍ସ ଉପରେ କ୍ଲିକ୍ କରନ୍ତୁ ।

୩. https://unifiedportalmem.epfindia.gov.in/memberinterface କୁ ଚୟନ କରନ୍ତୁ ।

୪. ଏଠାରେ ଅନଲାଇନ୍ ସର୍ଭିସ୍ ରେ ଆପଣଙ୍କୁ କ୍ଲେମ୍ ଫର୍ମ ଦେଖିବାକୁ ମିଳିବ । ଫର୍ମ ଆପଣଙ୍କୁ ୩୧, ୧୯, ୧୦ସି ଏବଂ ୧୦ଡି ଆକାରରେ ଦେଖାଯିବ ।

୫. ଆପଣଙ୍କ ବ୍ୟାଙ୍କ ଖାତାର ଶେଷ ୪ଟି ଅଙ୍କକୁ ଏଠାରେ ଲେଖି ଭେରିଫାଇ କରନ୍ତୁ ।

୬. ଏହାପରେ ପ୍ରୋସିଡ୍ ଫର୍ ଅନଲାଇନ୍ କ୍ଲେମ୍ ଉପରେ କ୍ଲିକ୍ କରନ୍ତୁ । ଏହା କରିବା ପରେ ପିଏଫ୍ ଆଡଭାନ୍ସ କୁ ଚୟନ କରନ୍ତୁ ।

୭. ଏବେ ଆପଣ କେଉଁ କାରଣରୁ ଅଟଙ୍କା ଚାହୁଁଛନ୍ତି ତାହା ଚୟନ କରନ୍ତୁ । ଆମାଉଣ୍ଟ୍ ଦର୍ଜ କରି ଚେକ୍ ର ସ୍କାନ୍ କଫି ଅପଲୋଡ୍ କରନ୍ତୁ ।

୮. ଏହାପରେ ଆପଣ ନିଜର ଠିକଣା ଲେଖନ୍ତୁ ।

୯. ଗେଟ୍ ଆଧାର ଓଟିପି ଉପରେ କ୍ଲିକ୍ କରନ୍ତୁ । ଆଧାର ଲିଙ୍କ୍ ଥିବା ନମ୍ବରକୁ ଓଟିପି ଆସିବା ପରେ ତାକୁ ସେଠାରେ ଲେଖନ୍ତୁ ।

୧୦. ଏହି ପ୍ରକ୍ରିୟା ପରେ ଆପଣଙ୍କ କ୍ଲେମ୍ ଫାଇଲ୍ ହୋଇଯିବ । କିଛି ଘଣ୍ଟା ଭିତରେ ଆପଣ କ୍ଲେମ୍ କରିଥିବା ଟଙ୍କା ଖାତାକୁ ଆସିଯିବ ।

Get real time updates directly on you device, subscribe now.