fbpx

ମିଛ ଦୁର୍ଘଟଣାର ନାଟକ କରି ଲୁଟିଲେ ୫୦ହଜାର ଟଙ୍କା ସହ ସ୍କୁଟି, ୩ ଲୁଟେରାଙ୍କୁ ଖୋଜୁଛି ପୋଲିସ

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ଝିଙ୍କରଡିହ କୁଆଖାଇ ନଦୀ ବନ୍ଦ ନିକଟରୁ ଦୁବୃର୍ତ୍ତମାନେ ଯୋଜନା ବଦ୍ଧ କରି ୫୦ହଜାର ଟଙ୍କା ଓ ସ୍କୁଟି ଲୁଟି ନେଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି । ଲୁଟର ଶିକାର ହେଲେ ନହରକଣ୍ଟା ଗ୍ରାମର ସୌମ୍ୟକାନ୍ତ ନନ୍ଦ ।

ପୋଲିସ ସୂଚନା ମୁତାବକ ସୋମବାର ଅପରାହ୍ନରେ ନହରକଣ୍ଟା ଗ୍ରାମର ସୌମ୍ୟକାନ୍ତ ନନ୍ଦ ନାମକ ଜଣେ ବ୍ୟକ୍ତି ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ହାଇସ୍କୁଲ ଛକ ନିକଟରେ ରସୁଲଗଡ ୟୁନିୟନ ବ୍ୟାଙ୍କ ଶାଖା ଓ ଭକ୍ରାଙ୍ଗୀ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ଏକ ନୂତନ ଏଟିଏମ ଗ୍ରାହକ ସେବା କେନ୍ଦ୍ର ଖୋଲିଥିବାବେଳେ ଶ୍ରୀ ନନ୍ଦ ନିଜ ସ୍କୁଟି ଯୋଗେ ୫୦ ହଜାର ଟଙ୍କା ନେଇ ଏଟିଏମରେ ଭରିବା ପାଇଁ ଯାଉଥିବାବେଳେ ତିନି ଜଣ ଦୁବୃର୍ତ୍ତ ତାଙ୍କ ପିଛାକରି ଆସିଥିଲେ । ଏବଂ ଦୁବୃର୍ତ୍ତମାନେ ପ୍ରତାପନଗରୀ ବ୍ରିଜ ନିକଟ ଝିଙ୍କରଡିହ ଗ୍ରାମ ନିକଟରେ ତାଙ୍କୁ ଅଟକାଇ ଆମକୁ କାହିଁକି ଧକ୍କା ଦେଇ ଆସିଲ ବୋଲି କହିଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ବେଳେ ଅନ୍ୟ ପକ୍ଷ୍ୟରୁ ଅନ୍ୟ ଦୁଇଜଣ ଦୁବୃର୍ତ୍ତ ଏକ ବାଇକ ଯୋଗେ ଅଚାନକ ଆସି ସ୍କୁଟିକୁ ଧକ୍କା ଦେଇଥିଲେ । ଫଳରେ ସ୍କୁଟି ସହ ଶ୍ରୀନନ୍ଦ ତଳେ ପଡିଯାଇଥିଲେ ।

Get real time updates directly on you device, subscribe now.