fbpx

ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତିମ ଟେଷ୍ଟ ମ୍ୟାଚ୍: ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ‘କର ବା ମର’ ସ୍ଥିତିରେ ଘରୋଇ ଟିମ୍

କେପ୍‌ଟାଉନ: ଚଳିତ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜିତିବା ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କଡା ଟକ୍କର । ସେଞ୍ଚୁରିୟନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୧୧୩ ରନରେ ବିଜୟୀ ହୋଇଥିବା ବେଳେ ଜୋହାନ୍ସବର୍ଗରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟରେ ଜିତି ନେଇ ଥିଲା ଦକ୍ଷିଣ ଆଫ୍ରିକା । ତେଣୁ ସିରିଜ ୧-୧ରେ ବରାବର ଥିବା ବେଳେ ସୋମବାର ଠାରୁ ଏଠାରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ଫଳାଫଳ ସିରିଜ ବିଜୟ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଏହି ମ୍ୟାଚର ଫଳାଫଳ ଡ୍ର ରହିଲେ ଭାରତ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ସିରିଜ ବରାବର କରିବ । ମାତ୍ର ସଫଳ ହେଲେ ପ୍ରଥମ ଥର ପାଇଁ ଏଠାରେ ଜିତିବ ଐତିହାସିକ ସିରିଜ ବିଜୟ ।

ସେହିପରି ଦକ୍ଷିଣ ଆଫ୍ରିକା ତୃତୀୟ ମ୍ୟାଚରେ ଜିତାପଟ ମାରିଲେ ଭାରତ ବିରୋଧରେ ପୂର୍ବ ବିଜୟ ରେକର୍ଡ ବଜାୟ ରଖିବା ଦିଗରେ ପୁଣି ସଫଳ ହେବ । ତେଣୁ ଉଭୟ ଦଳ ପାଇଁ ଏହି ନିର୍ଣ୍ଣାୟକ ତୃତୀୟ ଟେଷ୍ଟ ଗୁରୁତ୍ୱପୂର୍ଣ୍ଣ । ତେବେ ଆହତ ଜନିତ ସମସ୍ୟା ନେଇ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ଟେଷ୍ଟ ଖେଳି ପାରି ନ ଥିବା ବେଳେ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋିଥିଲେ ହନୁମା ବିହାରୀ । ମାତ୍ର କୋହଲି ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାରୁ ତୃତୀୟ ଟେଷ୍ଟ ଖେଳିବା ପାଇଁ ପ୍ରସ୍ତୁତ । ତେଣୁ ବିହାରୀ ତୃତୀୟ ଟେଷ୍ଟ ଖେଳିବେ ନାହିଁ । ସେହିପରି ଆଘାତ ପ୍ରାପ୍ତ ହୋଇଥିବା ପେସ୍‌ ବୋଲର ମହମଦ ସିରିଜଙ୍କ ସ୍ଥାନରେ ଖେଳିବେ ପୁରୁଖା ପେସ୍‌ ବୋଲର ଇଶାନ୍ତ ଶର୍ମା । ତେଣୁ ଉମେଶ ଯାଦବ ଏହି ସିରିଜରେ ଆଉ ଖେଳିବା ସୁଯୋଗ ପାଇବେ ନାହିଁ ।

Get real time updates directly on you device, subscribe now.