fbpx

ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍: ଡ୍ରାଇଭର ଜୀବନ୍ତ ଦଗ୍ଧ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏକ ବଡ଼ ଧରଣର ଟ୍ରକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଦୁର୍ଘଟଣା ପରେ ଟ୍ରକଟି ସଂପୂର୍ଣ୍ଣ ଜଳିଯାଇଛି । ଏଥିରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ଟ୍ରକ ପଛକୁ ଧକ୍କା ଦେବା ପରେ ଜଳିଯାଇଛି ଆଉ ଏକ ଟ୍ରକ୍ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ସଦର ଥାନା ଏନଏଚ ୪୯ ମହୁଲଡିହା ଗାଁ ନିକଟରେ ଏକ ବଡ଼ ଧରଣ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଅନ୍ୟ ଏକ ଟ୍ରକର ପଛକୁ ପିଟିଛି । ବଡ଼ ଧରଣର ଧକ୍କା ହେବା ପରେ ସେହି ଟ୍ରକରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଛି । ଏଥିରେ ଥିବା ଡ୍ରାଇଭର ଗାଡିରୁ ବାହାରି ନ ପାରି ଜୀବନ୍ତ ଜଳିଯାଇ ମୃତ୍ୟୁ ବରଣ କରିଛି ।

ଟ୍ରକରେ ନିଆଁ ଲାଗିଯିବା ପରେ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପୋଲିସ ପହଁଚି ଅଗ୍ନିଶମ ବାହାନୀକୁ ସୂଚନା ଦେଇଥିଲା । ଏହାପରେ ଅଗ୍ନିଶମ ବାହିନୀ ସେଠାରେ ପହଁଚି ନିଆଁ ଆୟତ୍ତ ସହ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଥିଲା । ସ୍ଥାନୀୟ ଲୋକେ ଏପରି ଦୃଶ୍ୟ ଦେଖି ଭୟଭୀତ ହୋଇଛନ୍ତି ।

Get real time updates directly on you device, subscribe now.